BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜଟଣୀରେ ହୋମିଭାବା କ୍ୟାନ୍‌ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ସ୍ଥାପନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ସଂପୃକ୍ତ ବିଭିନ୍ନ ବିଭାଗ ସମନ୍ୱୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ହୋମିଭାବା କ୍ୟାନ୍‌ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ସ୍ଥାପନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଦେଓ ରଞ୍ଜନ କୁମାର ସିଂ, ଅଗ୍ନିଶମ ମହାନିର୍ଦ୍ଦେଶକ  ସୁଧାଂଶୁ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ  ଅଶ୍ୱତୀ ଏସ୍ ,କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍‌ ତିରୁମାଲା ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ସମେତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଓଡ଼ିଶା ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ, ଟାଟା ମେମୋରିଆଲ ହସ୍ପିଟାଲ, ମୁମ୍ବାଇର କର୍କଟ ରୋଗ ବିଶେଷଜ୍ଞ ପ୍ରାଧ୍ୟପକ  ଲିଙ୍ଗରାଜ ନାୟକଙ୍କ ସମେତ ସହକର୍ମୀ, ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ, ପୂର୍ତ୍ତ, ଶକ୍ତି ଓ ଅନ୍ୟ ସଂପୃକ୍ତ ବିଭାଗର ପଦାଧିକାରୀ ଉପସ୍ଥିତଥିଲେ।

ଏହି ଚିକିତ୍ସାଳୟ ଓ ଗବେଷଣା ସ୍ଥାପନ ନେଇ ୨୦୨୨ ମସିହାରେ ଓଡ଼ିଶା ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ କ୍ୟାନ୍‌ସର ହସ୍ପିଟାଲ, ମୁମ୍ବାଇଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା। ତଦନୁସାରେ, ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ହସ୍ପିଟାଲର ଆନୁଷଙ୍ଗିକ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟରେ ପାରିପାଶ୍ୱିକ ବିକାଶ ଓ ଗମନାଗମନ ସୁବିଧା ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ ନିମନ୍ତେ ଅଧିକ ଜମିର ଆବଶ୍ୟକତା ସଂପର୍କରେ ହସ୍ପିଟାଲ ତରଫରୁ ଅନୁରୋଧ କରାଯାଇଥିଲା । ଏ ସଂପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇ ରାଜସ୍ୱ ବିଭାଗ, ପୂର୍ତ୍ତ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମନ୍ୱୟରେ  ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଏହି  ଚିକିତ୍ସା କେନ୍ଦ୍ରରେ ୨୯୪ ଟି ଶଯ୍ୟା ପାଇଁ ପ୍ରସ୍ତାବ ରହିଛି । କ୍ୟାନର ଭଳି ଦୂରାରୋଗ୍ୟ ପ୍ରତି ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ ହେଲେ ଏହି ଚିକିତ୍ସାଳୟ ନିର୍ମାଣ ନିମନ୍ତେ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ସହଯୋଗର ଆବଶ୍ୟକତା ରହିଛି । ହସ୍ପିଟାଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସଂପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । କ୍ୟାନ୍‌ସର ହସ୍ପିଟାଲ ପରିସରରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ କର୍କଟ ଚିକିତ୍ସା କେନ୍ଦ୍ର (ପେଡିଆଟିକ୍‌ କ୍ୟାନ୍‌ସରୟୁନିଟ)  ନିର୍ମାଣର ଅଗ୍ରଗତି,  ହସ୍ପିଟାଲ ପରିସରରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା, ହସ୍ପିଟାଲକୁ ନିରବଚ୍ଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଣ, ପ୍ରକଳ୍ପର ଅଂଶବିଶେଷ ରହିଥିବା ରୋଗୀମାନଙ୍କର ସମ୍ପର୍କୀୟମାନଙ୍କ ରହିବା ପାଇଁ ଧର୍ମଶାଳା ନିର୍ମାଣ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା  । ବିଭିନ୍ନ କାର୍ଯ୍ୟ ପାଇଁ ଆର୍ଥିକ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ଓ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏଭଳି ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ପୂର୍ବ ଭାରତରେ ପ୍ରଥମ ହେବ।ଏହି ହସ୍ପିଟାଲ ନିର୍ମାଣ ହେଲେ, ଓଡ଼ିଶାର ବିଭିନ୍ନ ଜିଲ୍ଲାର କ୍ୟାନସର ରୋଗୀମାନଙ୍କ ପାଇଁ ଚିକିତ୍ସା ସୁବିଧାରେ  ଓ ସହଜରେ ମିଳିପାରିବା ସହ ପଡ଼ୋଶୀ ରାଜ୍ୟର କ୍ୟାନସର ରୋଗୀମାନେ ମଧ୍ୟ  ଉପକୃତ ହେବେ । ଏଣୁ ଏଥିପାଇଁ ଯାହା ଆବଶ୍ୟକତା ରହୁଛି, ସେଥିପାଇଁ ସଂପୃକ୍ତ ସମସ୍ତ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କଲେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରକାଶ କରିବା ସହିତ  ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଓଡ଼ିଶାରେ ଜନ ସଂଖ୍ୟା ଭିତ୍ତିକ କ୍ୟାନ୍‌ସର ପଞ୍ଜିକରଣର ଆବଶ୍ୟକତା ସର୍ବେକ୍ଷଣ, ଚିକିତ୍ସା ସୁବିଧା, ଆଗାମୀ ଆହ୍ୱାନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।