ସେପ୍ଟେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ଭୁବନେଶ୍ୱର: ଆସନ୍ତା ସୋମବାର ସେପ୍ଟେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣିର ତାରିଖ ଜନ ସାଧାରଣଙ୍କୁ ସମ୍ବାଦ ପତ୍ର ତଥା ଅନ୍ୟ ଗଣ ମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।