BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଟିମ୍,  ୨୫୦ରୁ ଅଧିକ ରୋଗୀ ତାଲିକାଭୁକ୍ତ 

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନାରେ ଆଜି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ପହଞ୍ଚିଛନ୍ତି । ଏହି ଟିମ୍ ସେଠାରେ ୨୧ ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଓ ଚିକିତ୍ସା ଯୋଗାଇବେ।
ଲାପ୍ରୋସ୍କୋପି ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ଜ୍ୟୋତିର୍ମୟ ନାୟକ, ନେଫ୍ରୋଲୋଜି ବିଭାଗର ଡାକ୍ତର ଡି. ଲେଙ୍କା, ନ୍ୟୁରୋଲୋଜି ବିଭାଗର ଡାକ୍ତର ଏସ୍. ସାହୁ ଏବଂ ଡାକ୍ତର ରାଜ ମହାପାତ୍ରଙ୍କ ସମେତ ସହାୟକମାନେ ଆଜି ସକାଳୁ ସେଠାରେ ରୋଗୀଙ୍କର ପ୍ରାରମ୍ଭିକ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଆଜି ଅପରାହ୍ନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫୦ରୁ ଅଧିକ ରୋଗୀ ବିଶେଷଜ୍ଞ ସେବା ନିମନ୍ତେ ତାଲିକାଭୁକ୍ତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆକଳନ କରାଯାଉଛି। ଡାକ୍ତରୀ ଟିମ୍ ପ୍ରତି ରୋଗୀଙ୍କର ପ୍ରାଥମିକ ପରୀକ୍ଷା ନିରୀକ୍ଷା କରି ଚିକିତ୍ସା ନିମନ୍ତେ ସେମାନଙ୍କର ସବିଶେଷ ତଥ୍ୟ ପ୍ରସ୍ତୁତ କରୁଛନ୍ତି।
ଆସନ୍ତା କାଲି ସିନିୟର୍ ବିଶେଷଜ୍ଞ ଟିମ୍ ପହଞ୍ଚିବା ପରେ ରୋଗୀଙ୍କର ଆବଶ୍ୟକୀୟ ଚିକିତ୍ସା ଓ ଅପରେସନ ଆଦି କରାହେବ। ଏପରି ଉଚ୍ଚମାନର ଚିକିତ୍ସା ସୁବିଧା ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ପହଞ୍ଚି ଥିବାରୁ ଜିଲ୍ଲାର ବୁଦ୍ଧିଜିବୀମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।