BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡ଼ିଶାରେ ଖୁବ ଶୀଘ୍ର ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ

  • ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ

  • ସାରା ରାଜ୍ୟରେ ଗୋଦାନ ଚଳଚ୍ଚିତ୍ର କୁ ‘ଟାକ୍ସ ଫ୍ରି’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  • ଓଡ଼ିଶାରେ ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ

  • ଗୋଦାନ ଭଳି ଫିଲ୍ମ ଆଜିର ସମୟରେ ପ୍ରାସଙ୍ଗିକ, ସପରିବାରେ ଏହାକୁ ଦେଖନ୍ତୁ

  • ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଥିଲେ ଯେ ଓଡ଼ିଶାରେ ଖୁବ ଶୀଘ୍ର ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ।

ଚଳଚ୍ଚିତ୍ର ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର, ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି।

ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ରର ବିଷୟବସ୍ତୁ ଏବଂ ସାମାଜିକ ମୂଲ୍ୟବୋଧ, ସାଂସ୍କୃତିକ ପରମ୍ପରା ଏବଂ ପାରିବାରିକ ନୀତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗୋଦାନ ଭଳି ପ୍ରାସଙ୍ଗିକ ସିନେମା ସାମାଜିକ ସଚେତନତା ସୃଷ୍ଟି ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେ ଯୁବ ପୀଢ଼ିକୁ ଆହ୍ୱାନ ଦେଇ ଏହି ଚଳଚ୍ଚିତ୍ରକୁ ସପରିବାରେ ଦେଖିବାକୁ କହିଥିଲେ ଏବଂ ସମାଜରେ ସାଂସ୍କୃତିକ ଭାବନାକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ।

ଆସନ୍ତା ୬ ଫେବୃଆରୀରେ ରିଲିଜ ହେବାକୁ ଥିବା ସିନେମାର ଏହି ପ୍ରିମିୟରରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ବିନୋଦ କୁମାର ଚୌଧୁରୀ, ବିଧାୟକଗଣ ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଯୋଗ ଦେଇଥିଲେ।