-
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ ହସ୍ତତନ୍ତ ମେଳା “ଏକତା”
-
ବିଶିଷ୍ଟ ଅତିଥି ଭାବେ ଯୋଗଦେଲେ ପ୍ରସିଦ୍ଧ ସିନେ ତାରକା ମାଧୁରୀ ଦୀକ୍ଷିତ
-
ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
-
ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ
-
ହସ୍ତତନ୍ତ ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର
” ଅତୀତରେ ଆମର ସାଧବ ପୁଅମାନେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ସାମଗ୍ରୀକୁ ବାଲି, ଜାଭା ଓ ଶ୍ରୀଲଙ୍କା ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲେ। ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ । ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା,… pic.twitter.com/LDu8uL1Syp
— CMO Odisha (@CMO_Odisha) August 7, 2025
ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ… pic.twitter.com/N4nByXv1rr
— CMO Odisha (@CMO_Odisha) August 7, 2025
“ଆମେ ବରଗଡ଼, କଟକରେ ଡାଇ ହାଉସ୍, ଗୋଦାମ, ଡିଜାଇନ୍ ଷ୍ଟୁଡିଓ, ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭଳି ସାଧାରଣ ସୁବିଧା ସହିତ ହସ୍ତତନ୍ତ ପାର୍କ ବିକଶିତ କରୁଛୁ । ଏହି ପାର୍କ ଗୁଡ଼ିକ ସମନ୍ୱିତ ଉତ୍ପାଦନ ଏବଂ ମାର୍କେଟିଂ ହବ୍ ଭାବରେ କାର୍ଯ୍ୟ କରିବ ଓ ରାଜ୍ୟର ବୟନ ଅସ୍ମିତାର ଅଭିବୃଦ୍ଧିରେ ସହାୟକ ହେବ ।” : ମାନ୍ୟବର ମୁଖ୍ୟମନ୍ତ୍ରୀ… pic.twitter.com/Mmhqs39GC8
— CMO Odisha (@CMO_Odisha) August 7, 2025
” ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏହି ଯୋଜନାରେ ତନ୍ତ ଓ ଆନୁଷଙ୍ଗିକ ସାମଗ୍ରୀ ପାଇଁ ଆର୍ଥିକ ସହାୟତା ସହ ଗୃହ ଓ କାର୍ଯ୍ୟକ୍ଷେତ୍ର ପାଇଁ ସହାୟତା ଦିଆଯାଉଛି । ” : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha pic.twitter.com/AhVLzOdSSy
— CMO Odisha (@CMO_Odisha) August 7, 2025