BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କେବଳ ମାର୍କ କିମ୍ବା ନିଯୁକ୍ତି ନୁହେଁ; ଚରିତ୍ର ଗଠନ ଓ ଜୀବନ କୌଶଳ ଶିଖାଇବା ହିଁ ଶିକ୍ଷାର ପ୍ରକୃତ ଲକ୍ଷ୍ୟ

  • ଯାଜପୁର ଜିଲ୍ଲା ଏନ୍.ସି ହାଇସ୍କୁଲର ପ୍ଲାଟିନମ୍ ଜୁବୁଲିରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

  • ଭବିଷ୍ୟତରେ ସଫଳ ହେବା ପାଇଁ ପିଲା ମାନଙ୍କୁ ବିଭିନ୍ନ ଲାଇଫ ସ୍କିଲ୍ ଶିଖାଇବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ ଆରୋପସମସ୍ତ

  • ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଏହି ସ୍କୁଲ ବିକଶିତ ହେବ – ମୁଖ୍ୟମନ୍ତ୍ରୀ

ଯାଜପୁର/ ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ଏନ.ସି ସରକାରୀ ଉଚ୍ଚ ବିଦ୍ୟାଳୟର ୮୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିଦ୍ୟାଳୟର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯାହା ସବୁ ଆବଶ୍ୟକତା ଅଛି ସେ ସମସ୍ତ ଏକ ବ୍ୟବସ୍ଥିତ ଯୋଜନା ମାଧ୍ୟମରେ ପୁରାଣ କରାଯିବ ବୋଲି ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଏହି ଉତ୍ସବକୁ ଐତିହାସିକ ବୋଲି କହିଥିଲେ ଏବଂ କହିଥିଲେ ଯେ 1945 ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହି ବିଦ୍ୟାଳୟ ଦାୟିତ୍ବବାନ ନାଗରିକଙ୍କ ପିଢ଼ି ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଯାଜପୁର ଜିଲ୍ଲାରେ ଶିକ୍ଷାର ଏକ ଦୃଢ଼ ସ୍ତମ୍ଭ ହୋଇଛି। ସେ କହିଥିଲେ ଯେ ଉଲ୍ଲେଖ କରିଥିଲେ ଯେ ଏହି ଅନୁଷ୍ଠାନ ଅଞ୍ଚଳର ଶିକ୍ଷାଗତ ଦୃଶ୍ୟପଟରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି।

ପି.ଏମ୍ ଶ୍ରୀ ଯୋଜନାରେ ସ୍କୁଲକୁ ସାମିଲ କରାଯାଇଥିବାରୁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାକୁ ଆଧୁନିକ ଭିତ୍ତିଭୂମି, ଡିଜିଟାଲ୍ ଶ୍ରେଣୀଗୃହ ଏବଂ ସ୍ମାର୍ଟ ଶିକ୍ଷା ସୁବିଧା ସହିତ ଏକ ଆଦର୍ଶ ପ୍ରତିଷ୍ଠାନ ଭାବରେ ବିକଶିତ କରାଯାଉଛି। ଏହି ସ୍କୁଲ ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଉଭା ହେବ ଏବଂ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବ ବୋଲି ସେ କହିଛନ୍ତି।

ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାର ଉଦ୍ଦେଶ୍ୟ କେବଳ ମାର୍କ ରଖିବା କିମ୍ବା ନିଯୁକ୍ତି ସୃଷ୍ଟି ନୁହେଁ, ଏହା ହେଉଛି ପିଲା ମାନଙ୍କ ଚରିତ୍ର ଗଠନ କରିବା ଏବଂ ସେମାନଙ୍କୁ ବିଭିନ୍ନ ଜୀବନ କୌଶଳ ବା ଲାଇଫ ସ୍କିଲ ଶିଖାଇବା। ଜାତୀୟ ଶିକ୍ଷା ନୀତି 2020 ବିଷୟରେ ଉଲ୍ଲେଖ କରି ସେ ପିଲା ମାନଙ୍କ ସୃଜନଶୀଳତା, ଦକ୍ଷତା, ନିଷ୍ପତ୍ତି ଗ୍ରହଣ କ୍ଷମତା ଏବଂ ସମସ୍ୟା ସମାଧାନ ଦକ୍ଷତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି କହିଥିଲେ।

“ଆତ୍ମବିଶ୍ୱାସ ହେଉଛି ସଫଳତାର ଚାବିକାଠି ବୋଲି ସେ ମତବ୍ୟକ୍ତ କରି ଛାତ୍ରଛାତ୍ରୀ ମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ “କର୍ତ୍ତବ୍ୟ, ସମର୍ପଣ ଏବଂ ନିଷ୍ଠା”କୁ ଜୀବନ ଦର୍ଶନ ଭାବରେ ଭାବରେ ଗ୍ରହଣ କରିବାକୁ ସେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ମାଟ୍ରିକ୍ ପରୀକ୍ଷା ପାଖେଇ ଆସୁଥିବାରୁ, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଲେ ଏବଂ ଚାପ ବଦଳରେ ଧୈର୍ଯ୍ୟର ସହିତ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଆଲୋଚନା’ରେ ପରାମର୍ଶ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ସଫଳତା ପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ ଏବଂ ବିଫଳତାକୁ ସଫଳତା ପାଇଁ ଏକ ପାହାଚ ଭାବରେ ବିବେଚନା କରାଯିବା ଉଚିତ।

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ଯେ ରାଜ୍ୟ ସର୍ବାଧିକ ବଜେଟ୍ ବ୍ୟୟବରାଦ ସହିତ ଶିକ୍ଷାକୁ ପ୍ରାଥମିକତା ଦେଇଛି। ସେ ଉଲ୍ଲେଖ କରିଥିଲେ ଯେ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ 45,000 ସ୍କୁଲରେ ଶିଶୁ ବାଟିକା ପ୍ରଚଳନ କରାଯାଇଛି ଏବଂ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଆକାଂକ୍ଷୀ ପାଠ୍ୟକ୍ରମ, ପ୍ରକଳ୍ପ-ଭିତ୍ତିକ ଶିକ୍ଷା ଏବଂ କୋଡିଂ ଦକ୍ଷତା କାର୍ଯ୍ୟକାରୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଅଧୀନରେ, ପ୍ରଥମ ପର୍ଯ୍ୟାୟରେ ₹12,000 କୋଟି ବିନିଯୋଗରେ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଉଛି ଏବଂ 100 ବର୍ଷରୁ ଅଧିକ ପୁରୁଣା ବିଦ୍ୟାଳୟ ଗୁଡ଼ିକର ବିକାଶ ପାଇଁ ଏକ ଐତିହ୍ୟ ବିଦ୍ୟାଳୟ ଯୋଜନା ଆରମ୍ଭ କରାଯାଇଛି।

ସରକାରଙ୍କ ନିରନ୍ତର ସହାୟତା ପାଇଁ ଛାତ୍ର ଏବଂ ଅଭିଭାବକ ମାନଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସମୃଦ୍ଧ ଓଡ଼ିଶା ଗଠନ ଏହାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ସୁଯୋଗ ପ୍ରଦାନ କରିବା ଉପରେ ନିର୍ଭର କରେ। ଏକ ସମୃଦ୍ଧ ଓଡ଼ିଶା ଆମ ପିଲାମାନଙ୍କ ଦ୍ୱାରା ଗଢ଼ିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସାଂସଦ, ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ, କୋରେଇ, ଆକାଶ ଦାସ ନାୟକ, ବିଧାୟକ, ଧର୍ମଶାଳା, ହିମାଂଶୁ ଶେଖର ସାହୁ ବିଧାୟକ, ବଡ଼ଚଣା, ଅମର ନାୟକ ମହୋଦୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଲକ୍ଷ୍ମୀଧର ଦେହୁରୀ ଆଲୁମିନି ଆସୋସିଏସନର ସଭାପତି, କୃପାସିନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି, ରସାନନ୍ଦ ମହାନ୍ତି, ଜେନେରାଲ ସେକ୍ରେଟାରୀ, ଅଭିଳାଶ ଦାସ, ପୂର୍ବତନ ଛାତ୍ର ସଂଘର ସଦସ୍ୟ, ଶିକ୍ଷକ ଏବଂ ବହୁ ସଂଖ୍ୟକ ଛାତ୍ର ଏବଂ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।