BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ, ଜିଆଇ ଟ୍ୟାଗ ବା ଭୌଗଳିକ ସ୍ବୀକୃତି ପାଇଁ ଦାବି

ନୟାଗଡ଼: ଛେନାପୋଡ଼ କଥା ଆସିଲେ ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ଏହି ସୁସ୍ବାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରୁ ସୃଷ୍ଟି । ନୟାଗଡ଼ ଛେନାପୋଡ଼କୁ ବିଶ୍ବସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ଜନ୍ମଦିନକୁ ବିଶ୍ଵ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଓ ତାଙ୍କ ଜନ୍ମଦିନ କାହିଁକି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।

ଆଜି ଛେନାପୋଡ଼ ଦିବସ । ମିଠା ଦୋକାନରେ ସଜେଇ ହୋଇ ରଖଯାଇ ସାରିଛି ଭିନ୍ନ ଭିନ୍ନ ସାଇଜର ଛେନାପୋଡ଼ । ସାରା ରାଜ୍ୟରେ ଛେନାପୋଡ଼ ଦିବସକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ । ଅଳ୍ପ ହେଉ କି ବହୁତ, ଟିକେ ଛେନାପୋଡ଼ ଘରକୁ ନେବାକୁ ସମସ୍ତେ ଅନାଇ ବସିଛନ୍ତି । ତେବେ ଜାଣିଛନ୍ତି କି ଛେନାପୋଡ଼ର ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି । ଏହି ସୁସ୍ବାଦୁ ମିଠାକୁ ସୁଦର୍ଶନ ସାହୁ ହିଁ ନିଜ ହାତରେ ପ୍ରଥମ ରୂପ ଦେଇଥିଲେ । ତେଣୁ ତାଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି ।

ଛେନାପୋଡ଼ ପ୍ରସ୍ତୁତି ପାଇଁ ପ୍ରଥମେ ଖୀରରୁ ଛେନା ସଂଗ୍ରହ କରାଯାଏ । ଏହାପରେ ଛେନାରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ ଓ ଗୁଜୁରାତି ଇତ୍ୟାଦି ମିଶାଇ ଏକ ରସପାତ୍ରରେ କଡ଼ା ନିଆଁ ଆଞ୍ଚରେ ବସାଇ ଦିଆଯାଏ । କିଛି ସମୟ ଆଞ୍ଚରେ ପୋଡ଼ି ହେଲା ପରେ ପ୍ରସ୍ତୁତ ହୋଇଥାଏ ଛେନାପୋଡ଼ । ଭାଗମାପରେ କିଛି ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ନୟାଗଡ଼ ଛେନାପୋଡ଼ ଏବେ ଅନେକଙ୍କ ବ୍ୟବସାୟର ମାଧ୍ୟମ ପାଲଟିଛି । ନୟାଗଡ଼ ଛେନାପୋଡ଼ର ଚାହିଦା ରାଜ୍ୟ ରାଜ୍ୟ ତଥା ତଥା ରାଜ୍ୟ ବାହାରେ ରେ ରହିଛି । ହେଲେ ଆଜିଯାଏଁ ଛେନାପୋଡ଼କୁ ଜିଆଇ ଟ୍ୟାଗ ମିଳିପାରିନାହିଁ ।

୧୯୪୭ମସିହାରେ ସୁଦର୍ଶନ ସାହୁ ପ୍ରଥମେ ନିଜ ଗାଁ ଦଶପଲ୍ଲ ଶପଲ୍ଲା ସାତପାଟଣାରୁ ଆସି ନୟାଗଡ଼ ବଜାରରେ ମିଠା ଦୋକାନଟିଏ କରିଥିଲେ । ଦିନେ ତାଙ୍କର କିଛି ଛେନା ବଳି ପଡ଼ିଥିଲା । ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍ ଗୋଟିଏ ଅଜବ ବୁଦ୍ଧି ତାଙ୍କ ମୁଣ୍ଡକୁ ଜୁଟିଥିଲା । ବିରି ପୋଡ଼ପିଠା ଭଳି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ରାତିରେ ନିଆଁ ଆଞ୍ଚରେ ବସାଇ ଦେଇଥିଲେ । ସକାଳକୁ ତାହା ବେଶ୍ ସ୍ବାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ‘ଛେନାପୋଡ଼’ ପାଲଟିଗଲା । ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ରବ ପାଲଟିଥିବା ଛେନାପୋଡ଼କୁ ଜିଆଇ ଟ୍ୟାଗ ବା ଭୌଗଳିକ ସ୍ବୀକୃତି ପାଇଁ ଦାବି ହୋଇ ଆସୁଛି। ହେଲେ ଏହି ଦାବି କେବେ ପୂରଣ ହେବ ଦେଖୁବାକୁ ବାକି ରହିଲା

ଆଜି ବିଶ୍ବ ଛେନା ପୋଡ଼ ଦିବସ । ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛେନାପୋଡ଼ ଦିବସକୁ ବହୁ ଧୁମଧାମରେ ପାଳନ କରାଯାଉଛି । ଏହା ସହ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଛେନାପୋଡ ଦିବସ ପାଳନ କରାଯାଉଛି । ନୟାଗଡର ଛେନାପୋଡ଼ ବିଶ୍ୱରେ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଛେନାପୋଡ଼ର ସ୍ରଷ୍ଟା ଦଶପଲ୍ଲାର ବିଦ୍ୟାଧର ସାହୁ ଓ ତାଙ୍କ ସୁପୁତ୍ର ସୁଦର୍ଶନ ସାହୁଙ୍କର ଉଦ୍ୟମ ପାଇଁ ନୟାଗଡ଼ର ଛେନା ପୋଡ଼ ଆଜି ବିଶ୍ଵରେ ପରିଚିତ ହୋଇ ପାରିଛି । ସୁଦର୍ଶନ ସାହୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମ ଦିନ ଏପ୍ରିଲ ୧୧ ତାରିଖକୁ ଛେନା ପୋଡ଼ ଦିବସ ଭାବେ ପ୍ରଥମେ ପାଳନ ଆରମ୍ଭ କରିଥିଲା ନୟାଗଡ଼ର ସ୍ଵେଚ୍ଛାନୟାସେବୀ ଅନୁଷ୍ଠାନ ହେଲିପିଙ୍ଗ ହାଣ୍ଡସ୍ ଫାଉଣ୍ଡେସନ ।

ଏଭଳି ଉଦ୍ୟମକୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ପ୍ରଶଂସା କରିଛନ୍ତି । ଏହାସହ ସମସ୍ତେ ଆଜି ଦିନରେ ଛେନା ପୋଡ଼ ଘରକୁ ଆଣି ଛେନା ପୋଡ଼ ଦିବସ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ନୟାଗଡ଼ର ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ ରହିଛି ବୋଲି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି ।