BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩

ନୂଆଦିଲ୍ଲୀ : ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩। ବୁଧବାର ଚନ୍ଦ୍ରାୟାନ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟର ଚନ୍ଦ୍ର କକ୍ଷପଥକୁ ପ୍ରବେଶକୁ ସଫଳତାର ସହ ସମାପ୍ତ କରିଛି। ଚନ୍ଦ୍ରାୟନ ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି।

ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, ଚନ୍ଦ୍ରାୟାନର ଗତି ବଢାଇବା ପାଇଁ ବୁଧବାର ସଫଳ ଭାବେ ଫାୟାରିଂ କରାଯାଇଛି। ଏହି ଫାୟାରିଂ ଚନ୍ଦ୍ରୟାନକୁ ୧୫୩ କିଲୋମିଟର x ୧୬୩ କିଲୋମିଟରର ଉଦ୍ଦିଷ୍ଟ କକ୍ଷପଥରେ ରଖିଛି। ଏଥିସହ ଚନ୍ଦ୍ରାୟନ-୩ର କକ୍ଷ ପରିବର୍ତ୍ତନର ଅନ୍ତିମ ପ୍ରକ୍ରିୟାକୁ ସମାପ୍ତ କରିଛି।

ଜୁଲାଇ ୧୪,୨୦୨୩ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇଥିବା ଚନ୍ଦ୍ରାୟନ-୩ କ୍ରମାଗତ ଭାବରେ ଚନ୍ଦ୍ରର ନିକଟତର ହେଉଛି। ଅଗଷ୍ଟ ୧୭ରେ ପ୍ରପୁଲସନ ଲ୍ୟାଣ୍ଡର ଯାନରୁ ଅଲଗା ହେବାପାଇଁ ପ୍ରସ୍ତୁତ ହେଉଛି। ଏହା ପରେ, ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବ।