BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚନ୍ଦ୍ରଶେଖରପୁରରେ ଫୁଟ ଓଭର ବ୍ରିଜ ନିର୍ମାଣ ହେଉ

ଭୁବନେଶ୍ୱର,: ଜୟଦେବ ବିହାର ନନ୍ଦନକାନନ ରାସ୍ତାରେ ଅତ୍ୟଧିକ ଯାନ ବାହାନ ଚଳାଚଳ କରୁଥିବାରୁ ସବୁବେଳେ ଭିଡ ରହୁଛି । ସାଧାରଣ ଲୋକଙ୍କୁ ରାସ୍ତା ପାରହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଟିକେ ଅନ୍ୟ ମନଷ୍କ ହେଲେ ଜୀବନ ଚାଲିଯିବାର ସମ୍ଭାବନା ରହିଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଠାରୁ ଡମଣା ଛକ ମଧ୍ୟରେ ଅନେକ ନୀରିହ ଜୀବନ ରାସ୍ତା ପାର ହେବା ସମୟରେ ଅକାଳରେ ଯାଇ ସାରିଲାଣି । ବରିଷ୍ଠ ନାଗରିକ ମାନେ ରାସ୍ତା ପାର ହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିବା ସହିତ ଜଣେ ସାହାରାର ଆବଶ୍ୟକତା କରୁଛନ୍ତି । ତେଣୁ ଚନ୍ଦ୍ରଶେଖରପୁର ଠାରେ ତୁରନ୍ତ ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ବରିଷ୍ଠ ନାଗରିକ ସମାବେଶରେ ମତ ପ୍ରକାଶ ପାଇଛି । ଆଜି ଚନ୍ଦ୍ରଶେଖରପୁର ସ୍ଥିତ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହାଡିବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ରାଜ୍ୟ ସଭାପତି ଡଃ ମଧୁମାଧବ ଜେନା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାତ୍ର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ ନାଗରିକ ମାନେ କିପରି ଭଲରେ ଜୀବନ ଯାପନ କରି ପାରିବେ ଏବଂ ସେମାନଙ୍କର ସମସ୍ୟା କିପରି ସମାଧାନ ହେବ ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବଂଶୀଧର ନାୟକ ଓ ଅନ୍ୟମାନେ ମତ ରଖିଥିଲେ । ଶେଷରେ ପବିତ୍ର ମୋହନ ପରିଚ୍ଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।