BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଲିଭଇନରେ ରହି ପାରିବେ ପୁଅ ଝିଅ

ଚଣ୍ଡିଗଡ଼, ୨୧।୧୨: କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ସୀମା ୨୧ ବର୍ଷ ବୃଦ୍ଧି କରିବା ନେଇ ଆଇନ ଆଣିବାକୁ ଯାଉଛନ୍ତି। ପୂର୍ବରୁ ବିବାହ ବୟସସୀମା ଝିଅଙ୍କ ପାଇଁ ୧୮ ଥିବାବେଳେ ପୁଅଙ୍କ ପାଇଁ ୨୧ ବର୍ଷ ଥିଲା। ମାତ୍ର ଏବେ ଏହାକୁ ସମାନ କରି ଦିଆଯାଇଛି। ତେବେ ଭୋଟଦାନ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଛି। ଏପରିସ୍ଥଳେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ, ୨୧ ବର୍ଷ ପୂର୍ବରୁ ବିବାହ କରି ନ ପାରିଲେ ବି ବୟସ୍କମାନେ ଲିଭ୍‌ଇନ୍‌ରେ ରହିପାରିବେ। ସେମାନେ ସାବାଳକ ହୋଇଥିବାରୁ ବିବାହ ଉପଯୋଗୀ ବୟସ ନ ହଲେ ଏକାଠି ରହିବାରେ କୌଣସି ଅସୁବିଧା ନାହିଁ ବୋଲି କୋର୍ଟ କହିଛନ୍ତି।

ପଞ୍ଜାବର ଗୁରୁଦାସପୁର ଜିଲାରେ ଏକ ଲିଭ୍‌-ଇନ୍‌ରେ ରହୁଥିବା ୧୮ ବର୍ଷ ବୟସରୁ ଅଧିକ ଦୁଇଜଣ ଝିଅ ଏବଂ ପୁଅଙ୍କ ସୁରକ୍ଷା ପାଇଁ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ବେଳେ ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଉଭୟଙ୍କ ପରିବାର ପକ୍ଷରୁ ସେମାନଙ୍କ ଲିଭ୍‌ଇନ୍‌ରେ ରହୁଥିବା ଘଟଣାକୁ ପସନ୍ଦ କରାଯାଉନାହିଁ ସେମାନେ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ହରନରେଶ ସିଂ ଗିଲଙ୍କ ନେତୃତ୍ୱ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କର ସ୍ବାଧୀନତା ତଥା ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ଖଣ୍ଡପୀଠ କହିଛନ୍ତି ଭାରତର ସମ୍ବିଧାନ ଆବେଦନକାରୀଙ୍କୁ ଭାରତର ନାଗରିକ ହୋଇଥିବାରୁ ମୌଳିକ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ। ସେମାନେ ବୟସ୍କ ହୋଇଥିଲେ ମଧ୍ୟ ବିବାହ ବୟସ ହୋଇନଥିବାରୁ ଲିଭ୍‌ଇନ୍‌ରେ ରହୁଥିବା ଏହି ଯୋଡ଼ାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଖଣ୍ଡପୀଠ ଗୁରୁଦାସପୁର ଏସଏସପିଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି