BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଆ ଜାତିର ଗୌରବ ଥିଲେ ଚନ୍ଦନ ହଜୁରୀ

କଟକ ତା : ବନ୍ଦେ ଉତ୍କଳ ଅନୁଷ୍ଠାନ ପକ୍ଷରୁ ବଙ୍ଗାଳି ସାହି ସ୍ଥିତ ମା ଶାରଳା ସଦନ ଠାରେ ଆଜି ସନ୍ଧ୍ୟାରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଜଗନ୍ନାଥଙ୍କ ଖୁଣ୍ଟିଆ ସେବକ, କବି ଚନ୍ଦନ ହଜୁରୀ ଓରଫ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।

ଉତ୍ସବରେ ସ୍ତମ୍ଭକାର ପ୍ରତାପ ଚନ୍ଦ୍ର ସାମଲ, ଅଧ୍ୟାପକ ଡ଼କ୍ଟର ଜୟନ୍ତ କୁମାର ସ୍ୱାଇଁ , ଆଇନଜୀବୀ ଜ୍ୟୋତିନ୍ଦ୍ର ମହାନ୍ତି , ଆଇନଜୀବୀ ରାଜନାରାୟଣ ପଟ୍ଟନାୟକ, ବ୍ରଜ ଭୂଷଣ ସାହୂ, ଆଦ୍ୟାଶକ୍ତି ପ୍ରିୟା , ଆୟୁଷ୍ମାନ ସିଂହ ପ୍ରମୁଖ ଚାଖି ଖୁଣ୍ଟିଅଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସଭାପତି ଶ୍ରୀ ଦାସ ୧୮୫୭ ମସିହା ସିପାହୀ ବିଦ୍ରୋହରେ ଝାନ୍ସୀ ରାଣୀ ଲଷ୍ମୀ ବାଇ ଓ ତାଙ୍କ ସହଯୋଗୀ ଚନ୍ଦନ ହଜୁରୀ ଙ୍କ ଅବଦାନ ଭାରତ ଇତିହାସ ରେ ସ୍ମରଣୀୟ ହୋଇ ରହିଛି ବୋଲି କହିଥିଲେ। ପ୍ରାରମ୍ଭରେ ଚନ୍ଦନ ହଜୁରୀଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା।