BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୪ ରାଜ୍ୟରେ ସାମାନ୍ୟ ବଢୁଛି କରୋନା

ନୂଆଦିଲ୍ଲୀ,୧୦ ।୪: କରୋନା ସଂକ୍ରମଣ ପୁଣିଥରେ ଦେଶରେ ମୁଣ୍ଡ ଟେକିଲାଣି । ଦେଶର କିଛି ରାଜ୍ୟରେ ସଂକ୍ରମିତଙ୍କ ସଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଥିବା ବେଳେ ସରକାରଙ୍କ ତରଫରୁ ବୁଷ୍ଟର ଡୋଜ ସମସ୍ତେ ନେବାକୁ ଅପିଲ କରାଯାଇଛି ।
ବିଭିନ୍ନ ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କେରଳ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଓ ମିଜୋରାମ ସରକାରଙ୍କୁ କେନ୍ଦ୍ର ସରକାର ପତ୍ର ଲେଖିଛନ୍ତି । ଏଥିରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟରେ ସତର୍କତା ବଢାଇବା ଓ ସଂକ୍ରମିତଙ୍କ ବୃଦ୍ଧି ଉପରେ ନଜର ଦେବାକୁ କହିଛନ୍ତି । ଚାରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେଉଁଠି କରୋନା ସଂକ୍ରମଣ ବୃଦ୍ଧି ହେଉଛି ସେଠାରେ ବିଶେଷ ଧ୍ୟାନ ଦିଆଯାଉ ।