BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କରୋନା କଟକଣା ଉପରେ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୧୬।୨: କରୋନାକୁ ନେଇ ଲାଗୁ ହୋଇଥିବା କଟକଣାକୁ ପୁନଃ ସମୀକ୍ଷା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଚିଠି ଲେଖାଯାଇଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସାରା ଦେଶରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଏଭଳି ପରିସ୍ଥିତିରେ, ରାଜ୍ୟଗୁଡିକ କଟକଣାକୁ ସମୀକ୍ଷା କରିବା ଏବଂ ସଂଶୋଧନ କରିବା ଉଚିତ୍‌। ଆବଶ୍ୟକ ହେଲେ ସେମାନେ ଅତିରିକ୍ତ ପ୍ରତିବନ୍ଧକକୁ ମଧ୍ୟ ହଟାଇ ପାରିବେ।
ସ୍ବାସ୍ଥ୍ୟ ସଚିବ ତାଙ୍କ ଚିଠିରେ କହିଛନ୍ତି ଯେ ସମଗ୍ର ବିଶ୍ୱରେ କରୋନା ଭାଇରସ ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ କରୋନା ବିସ୍ତାରକୁ ରୋକିବା ପାଇଁ ଲାଗୁ ହୋଇଥିବା ନିୟମଗୁଡ଼ିକର ସମୀକ୍ଷା କରାଯାଇଛି। ସେହି ଅନୁଯାୟୀ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଫେବୃୟାରୀ ୧୦, ୨୦୨୨ରୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନୂତନ ନିୟମ ଲାଗୁ କରିଛି। ବର୍ଷର ପ୍ରାରମ୍ଭିକ ମାସରେ କରୋନାର ଗତିକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ବିମାନ ବନ୍ଦର ଏବଂ ସୀମା ଉପରେ ଅତିରିକ୍ତ ପ୍ରତିବନ୍ଧକ ଲଗାଇଛନ୍ତି। ତଥାପି, କରୋନା ମହାମାରୀ ମଧ୍ୟରେ ସ୍ବାସ୍ଥ୍ୟ ପରିଚାଳନାକୁ କଡାକଡି ରଖିବା ଆବଶ୍ୟକ ଥିବାବେଳେ ଏହା ମଧ୍ୟ ନିଶ୍ଚିତ ହେବା ଆବଶ୍ୟକ ଯେ ଲୋକମାନଙ୍କର ଗତିବିଧି ତଥା ରାଜ୍ୟ ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପରେ କୌଣସି ପ୍ରତିବନ୍ଧକ ନାହିଁ।
ସୂଚନାଯୋଗ୍ୟ, ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ର ନିୟମ ମଧ୍ୟ ରଦ୍ଦ କରାଯାଇଛି।