BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚାକିରୀଆଙ୍କ ପାଇଁ ଟିପ ଛୁଇଁବା ବନ୍ଦ

ଭୁବନେଶ୍ୱର,୪/୧:-କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ଉପସ୍ଥାନ ସ୍ଥଗିତ ରଖିଛନ୍ତି। ତେବେ ସମସ୍ତ କର୍ମଚାରୀ ଉପସ୍ଥାନ ଖାତାରେ ସେମାନଙ୍କ ଉପସ୍ଥାନ ପକାଇବାକୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏକ ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ବିଭାଗ ଏବଂ ଏହା ସହ ସଂଯୁକ୍ତ କାର୍ଯ୍ୟାଳୟଗୁଡ଼ିକରେ ଥିବା ଆଧାର ଭିତ୍ତିକ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥା ୩୧ ତାରିଖ ଯାଏ ବନ୍ଦ ରହିବ। ଏଥିସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ଓ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

ସେହିପରି ଉପସଚିବ ସ୍ତରଠାରୁ କମ୍‌ ପାହ୍ୟାର ଅଫିସର ଓ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କୁ ଘରୁ ଅଫିସ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଭିନ୍ନକ୍ଷମ ଓ ଗର୍ଭବତୀ ଥିବା ମହିଳା କର୍ମଚାରୀ ଅଫିସ ଆସିବେ ନାହିଁ। ଗହଳି କମାଇବା ପାଇଁ କର୍ମଚାରୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ କାର୍ଯ୍ୟାଳୟକୁ ଆସିବା ପାଇଁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ସେହିପରି କୌଣସି ଅଞ୍ଚଳ କୋଭିଡ୍‌ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିଲେ, ଏହା ନ ହଟିବା ପର୍ଯ୍ୟନ୍ତ ସେଠାରେ ରହୁଥିବା କର୍ମଚାରୀଙ୍କୁ ଅଫିସ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି।