BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂଆ କୃଷି ଆଇନରେ କଣ ତୃଟି ଅଛି? କୃଷି ମନ୍ତ୍ରୀ

ନୂଆଦିଲ୍ଲୀ, ୫ା୨- ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି ? ଏହି ପ୍ରଶ୍ନ ବାରମ୍ବାର ପଚାରିଛି। ହେଲେ କେହି ଏହାର ଉତ୍ତର ଦେଉ ନାହାନ୍ତି ” ବୋଲି ରାଜ୍ୟ ସଭାରେ ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ଚାଷୀମାନେ ନୂଆ ଆଇନକୁ ‘ବ୍ଲାକ’ ବୋଲି କହୁଛନ୍ତି। ମୁଁ ପ୍ରତ୍ୟେକ ଥର ବୈଠକରେ ଚାଷୀଙ୍କୁ ଆଇନରେ କ’ଣ ବ୍ଲାକ ରହିଛି ପ୍ରଶ୍ନ କରିଛି। ହେଲେ କାହାଠାରୁ ଉତ୍ତର ମିଳୁନାହିଁ। ତ୍ରୁଟି ସମ୍ପର୍କରେ ଆମେ ଜାଣିଲେ ହିଁ ସମସ୍ୟାର ସମାଧାନ କରିପାରିବୁ। ଯଦି ଆଇନ ବିରୋଧରେ ଆନ୍ଦୋଳନ କରୁଛ, ତେବେ ଏହା ଉପରେ ଆଲୋଚନା ଜାରି ରହିବା ଉଚିତ। ଦୁର୍ଭାଗ୍ୟବଶତଃ ସେଭଳି କିଛି ହେଉ ନାହିଁ । ଆନ୍ଦୋଳନରତ ଚାଷୀଙ୍କ ସହ ସରକାର ଖୋଲା ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର।