BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସି ଇ ଏମ୍ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ।

ଭୁବନେଶ୍ୱର,୧୭/୭- କରୋନା ମହାମାରୀ ସମସ୍ତଙ୍କୁ କିଛିନା କିଛି ଶିକ୍ଷା ଦେଇଛି। ଦ୍ବିତୀୟ ଲହର କାଳରେ ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଜୀବନ ଅମ୍ଳଜାନର ଅଭାବରୁ ଝଡି ପଡିଛି। ଅମ୍ଳଜାନ ଅଭାବ ପୂରଣ ପାଇଁ ଯେତେ କୃତ୍ରିମ ଉପାୟ ଅବଲମ୍ବନ କରାଯାଇଛି ତାହା ସମୂଦ୍ରକୁ ଶ°ଖେ କହିଲେ ଚଳେ। ବାସ୍ତବରେ ବୃକ୍ଷ ହିଁ ଏକମାତ୍ର ଉତ୍ସ ଭାବେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚାରିଆଡେ ବୃକ୍ଷ ରୋପଣ କରାଯାଉଛି। ଏହି କ୍ରମରେ ଆଜି ନୀଳାଦ୍ରି ବିହାର ଠାରେ ଚନ୍ଦ୍ରଶେଖରପୁର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଅଚ୍ଛି l
ବିଦ୍ୟାଳୟର ପ୍ରତିଷ୍ଠାତା ଶରତ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମୁନ୍ନା ଖାନ, ଏମ ଡି ଦିଲସାଦ ଶେଖର, ଦୁର୍ଗା ପ୍ରସାଦ ସାମନ୍ତରାୟ, ପି କେ ମିଶ୍ର , ନିବେଦିତା ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପାଞ୍ଜଳି ମହାନ୍ତି, ସନ୍ତୋଷ ବରାଡ଼(ସ୍ୱପ୍ନା ଟିଭି),ହେଲପ ଏନଜିଓର ସଭାପତି ଗିରିଧାରୀ ପ୍ରସାଦ ନାୟକ, ସମାଜସେବୀ ମହାସଂଘ ସଭାପତି ମନସ୍ମିତା ଜେନା, ଦିଶାର ସମ୍ପାଦକ ତଥା ସମାଜସେବୀ ନାରାୟଣ ଚନ୍ଦ୍ର ଓଝା , ଲୋରା ମହାପାତ୍ର, ବନ୍ଦନା ଶ୍ରୀଚନ୍ଦନ, ବନ୍ଦନା ପଣ୍ଡା, ଅମିତ ତ୍ରିପାଠୀ, ଲଗ୍ନାଦୀପା ମିଶ୍ର, ଆଶିଷ ମିଶ୍ର, କାଳୀ ଚରଣ ସିଂ, ଜୟଶ୍ରୀ ଧଳ, ସୌମ୍ୟ ଶୁଭ ଧଳ, କ୍ରିଷ୍ଣା ମହାପାତ୍ର, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ଚିନ୍ମୟ ପଟ୍ଟନାୟକ, ସବ ଇନ୍ସପେକ୍ଟର ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଗୋଟିଏ ଗୋଟିଏ ଗଛ ଲଗାଇବା ସହ ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ଆହ୍ବାନ ଦେଇଥିଲେ।