ନୂଆଦିଲ୍ଲୀ : ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନିର୍ବାଚନୀ ଅଖଣ୍ଡତା ଉପରେ ଆନ୍ତର୍ଜାତୀୟ ଆଇଡିଇଏ ଷ୍ଟକହୋମ ସମ୍ମିଳନୀରେ ଯୋଗଦେବା ପାଇଁ ସ୍ୱିଡେନ ଗସ୍ତ ଅବସରରେ ବିଭିନ୍ନ ନିର୍ବାଚନ ପରିଚାଳନା ସଂସ୍ଥାର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।
ଏହି ବୈଠକଗୁଡ଼ିକ ନିର୍ବାଚନ ପରିଚାଳନା ଏବଂ ଗଣତାନ୍ତ୍ରିକ ସହଯୋଗରେ ଭାରତର ଦୀର୍ଘକାଳୀନ ସହଭାଗୀତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟ ରଖିଛି। ଦ୍ୱିପାକ୍ଷିକ ବୈଠକ ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବିଭିନ୍ନ ନିର୍ବାଚନ ପରିଚାଳନା ସଂସ୍ଥାର ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଏକକ ଆଲୋଚନା କରିଥିଲେ, ଯେଉଁଥିରେ ବିଶ୍ୱସ୍ତରୀୟ ନିର୍ବାଚନ ଅଭିଜ୍ଞତା ଏବଂ ନବସୃଜନର ଏକ ବିସ୍ତୃତ ପରିସର ଅନ୍ତର୍ଭୁକ୍ତ ହୋଇଥିଲା। ଏହି ସମ୍ମିଳନୀର, ନିର୍ବାଚନୀ ଅଖଣ୍ଡତା ଉପରେଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଉଦଘାଟନୀ ଅଭିଭାଷଣ ରଖିଥିଲେ।
ଦ୍ୱିପାକ୍ଷିକ ବୈଠକର ବିବରଣୀ:
୧. ସୁଶ୍ରୀ ମାରିସା ଆର୍ଲିନ୍ କାବ୍ରାଲ୍ ପୋର୍ଚାସ୍, ଆନ୍ତର୍ଜାତୀୟ ବ୍ୟାପାର ସଂଯୋଜକ ଏବଂ ସୁଶ୍ରୀ ନର୍ମା ଇରେନ୍ ଡେ ଲା କ୍ରୁଜ୍, ନିର୍ବାଚନ ପରିଷଦର, ନ୍ୟାସନାଲ୍ ଇଲେକ୍ଟୋରାଲ୍ ଇନଷ୍ଟିଚ୍ୟୁଟ୍, ମେକ୍ସିକୋ
୨. ମୋଚାମ୍ମଦ ଆଫିଫୁଦ୍ଦିନ୍, ଅଧ୍ୟକ୍ଷ, ସାଧାରଣ ନିର୍ବାଚନ କମିଶନ, ଇଣ୍ଡୋନେସିଆ ଗଣରାଜ୍ୟ (KPU RI)
୩. ପୂର୍ଭି ଡେଲଗେରନାରନ୍, ଅଧ୍ୟକ୍ଷ, ମଙ୍ଗୋଲିଆ ସାଧାରଣ ନିର୍ବାଚନ କମିଶନ
୪. ମୋସୋଥୋ ସାଇମନ୍ ମୋଏପ୍ୟା, ଅଧ୍ୟକ୍ଷ, ଦକ୍ଷିଣ ଆଫ୍ରିକା ନିର୍ବାଚନ କମିଶନ
୫. ହାନ୍ସପେଟର ୱାଇସ୍, ନୀତି ପରାମର୍ଶଦାତା, ସ୍ୱିସ୍ ଏଜେନ୍ସି ଫର ଡେଭଲପମେଣ୍ଟ ଆଣ୍ଡ୍ କୋଅପରେସନ୍, ସ୍ୱିଜରଲ୍ୟାଣ୍ଡ
୬. ଆଞ୍ଜେଲିକା କାରାମନ୍, ଅଧ୍ୟକ୍ଷା ଏବଂ ପାଭେଲ୍ ପୋଷ୍ଟିକା, ଉପାଧ୍ୟକ୍ଷ, କେନ୍ଦ୍ରୀୟ ନିର୍ବାଚନ କମିଶନ, ମାଲଡୋଭା ଗଣରାଜ୍ୟ।
୭. ଡାରିଅସ୍ ଗାଇଜୌସ୍କାସ୍, ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ, ଲିଥୁନିଆ ଗଣରାଜ୍ୟ
୮. ଅବଦୁଲ୍ ରହମାନ ମହମ୍ମଦ ଇରଫାନ୍, ମରିସସର ନିର୍ବାଚନ କମିଶନର।
୯. ବିଜୟ ରଙ୍ଗରାଜନ୍, ମୁଖ୍ୟ କାର୍ଯ୍ୟନିର୍ବାହୀ, ଯୁକ୍ତରାଜ୍ୟ ନିର୍ବାଚନ କମିଶନ
୧୦. ଆନ୍ନା-କରିନା ଏଲବର୍ଟ, ମୁଖ୍ୟ ଏବଂ କ୍ଲାଉଡିଆ ଇସଫୋର୍ଟ, ସହାୟକ ମୁଖ୍ୟ, ଫେଡେରାଲ୍ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ, ଜର୍ମାନୀ।
୧୧. ଓଲେହ ଡିଡେଙ୍କୋ, ଅଧ୍ୟକ୍ଷ ଏବଂ ଶ୍ରୀଯୁକ୍ତ ଭିଟାଲି ପ୍ଲୁକାର, ଉପ-ଅଧ୍ୟକ୍ଷ, ୟୁକ୍ରେନର କେନ୍ଦ୍ରୀୟ ନିର୍ବାଚନ କମିଶନ
୧୨. ଡ୍ରାଜେଙ୍କୋ ପାଣ୍ଡେକ୍, କ୍ରୋଏସିଆ ଗଣରାଜ୍ୟର ରାଜ୍ୟ ନିର୍ବାଚନ କମିଶନ।