BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି।

ନୂଆଦିଲ୍ଲୀ,୮।୪ : ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ। ଏପରିସ୍ଥଳେ କରୋନା ସଂକ୍ରମଣକୁ ଭୟ କରି ୧ ଲକ୍ଷରୁ ଅଧିକ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ଅବା ଏହାକୁ ଅନ୍‌ଲାଇନ୍‌ରେ କରାଇବା ଲାଗି ଏକ ଆବେଦନ ପତ୍ରରେ ହସ୍ତାକ୍ଷର କରିଛନ୍ତି। ଛାତ୍ରୀଛାତ୍ରଙ୍କ ଏଭଳି ପଦକ୍ଷେପ ପରେ ସିବିଏସ୍‌ଇ ଏବଂ ସିଆଇସିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାକେନ୍ଦ୍ରରେ କରୋନା ମାର୍ଗଦର୍ଶିକାକୁ ପାଳନ କରାଯିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯିବ। ଗତ ୨ ଦିନ ଧରି କ୍ୟାନସଲବୋର୍ଡଏକ୍ସାମ୍‌୨୦୨୧ ହାସ୍‌ଟ୍ୟାଗ୍‌ ଟୁଇଟରରେ ଟ୍ରେଣ୍ଡିଂରେ ରହିଛି। ଚେଞ୍ଜ ଡଟ୍‌ ଓଆରଜି ପକ୍ଷରୁ କରାଯାଇଥିବା ପିଟିଶନରେ ଉଲ୍ଲେଖ କରାଯାଇଛି ଯେ, କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତର ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଶିକ୍ଷାମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ବିଶେଷ ବିଚାର କରିବାର ଆବଶ୍ୟକତା ରହିଥିବା ଏଥିରେ ଦର୍ଶାଯାଇଛି।