BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଫେବୃଆରୀ ୨ ରେ ପ୍ରକାଶ ପାଇବ ସିବିଏସଇ ପରୀକ୍ଷା ସୂଚୀ।

ଭୁବନେଶ୍ବର : ମେ ୪ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଆସନ୍ତା ଫେବୃଆରୀ ୨ରେ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇବ। ଆୟୋଜିତ ୱେବିନାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ‌ପୋଖରିଆଲ ନିଶଙ୍କ ଏହି ଘୋଷଣା କରିଛନ୍ତି।
ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ଆଲୋଚନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କ ୪୫ବର୍ଷର ରେକର୍ଡ(ତଥ୍ୟ)କୁ ଡିଜିଟାଲାଇଜ୍ କରାଯିବ। କରୋନା ମହାମାରୀ ସମୟରେ ସଫଳତାର ସହିତ ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ କରି ଶିକ୍ଷା ଦିଆଯାଇ ପାରିଛି। ଜେଇଇ ମେନ୍ ଏବଂ ନିଟ୍‌ ପରୀକ୍ଷା କରି ସଫଳତାର ସହ ଫଳ ପ୍ରକାଶ କରାଯାଇ ପାରିଛି। ସିବିଏସ୍‌ଇ ୬ଷ୍ଠ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦିଆଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷା ପାଇବା ଦ୍ବାରା ପାଠପଢା ସରିବା ପରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ପ୍ରୟୋଗ କରି ରୋଜଗାରକ୍ଷମ ହୋଇପାରିବେ। ଏହାଦ୍ବାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ମୂଲ୍ୟବୋଧ ବୃଦ୍ଧି ପାଇବ। ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ସମସ୍ତ ବିଦ୍ୟାଳୟରେ ସମାନ ଭାବେ କାର୍ୟ୍ୟକାରୀ କରାଯିବ। ଗତବର୍ଷ ଡିସେମ୍ବର ୩୧ରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଶ୍ରୀ ନିଶଙ୍କ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରିଥିଲେ। ମେ ୪ରୁ ପରୀକ୍ଷା ଆରମ୍ଭ ହୋଇ ଜୁନ୍ ୧୦ରେ ସରିବ। ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ସିବିଏସ୍‌ଇ ଲକ୍ଷ୍ୟଧାର୍ୟ୍ୟ ରଖିଛି। ସେହିପରି ମାର୍ଚ୍ଚ ପହିଲାରୁ ଉଭୟ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ।