BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚାଳକ ବିହୀନ କାର ଦୁର୍ଘଟଣା। ଦୁଇ ମୃତ୍ୟୁ

ନ୍ୟୁୟର୍କ,୧୯।୪ : ଟେକ୍ସାସଠାରେ ଚାଳକ ବିହୀନ ଟେସଲା କାର୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶନିବାର ବିଳମ୍ବିତ ରାତିରେ କାର୍‌ଟି ଖୁବ୍‌ ଗତିରେ ଯାଉଥିବାବେଳେ ଏକ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗିଯାଇଥିବା ହାରିସ କାଉଣ୍ଟି କନଷ୍ଟେବଳ ମାର୍କ ହର୍ମାନ କହିଛନ୍ତି।

ପ୍ରାଥମିକ ତଦନ୍ତରୁ କାରକୁ କେହି ଚଳାଉ ନ ଥିବା ଜଣାପଡ଼ିଛି। କାର୍‌ଟି ଅଟୋ ଡ୍ରାଇଭିଂ ମୋଡ୍‌ରେ ଥିବାବେଳେ ଏହି ଦୁର୍ଘଟଣା ଘଟିଥାଇପାରେ। କାରଣ ଜଣଙ୍କ ମୃତଦେହ କାରର ଆଗ ପାସେଞ୍ଜର ସିଟରୁ ଓ ଅନ୍ୟ ଜଣଙ୍କ ମୃତଦେହ ପଛ ସିଟ୍‌ରୁ ଉଦ୍ଧାର କରାଯାଇଛି। ତେବେ ଦୁର୍ଘଟଣା ବେଳେ କାରର ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ ଚାଲୁଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ଦ୍ୱାରା କାର୍‌ଟି ଅଟୋମେଟିକ୍‌ ଚାଲିପାରିବ । କିନ୍ତୁ ଏଥି ନେଇ ସକ୍ରିୟ ଡ୍ରାଇଭରଙ୍କ ତଦାରଖ ନିହାତି ଦରକାର ଥିବା ଟେସ୍‌ଲା କମ୍ପାନୀ ନିଜ ଓ୍ବେବ୍‌ସାଇଟ୍‌ରେ ଦର୍ଶାଇଛି। କିନ୍ତୁ ବିଭିନ୍ନ ସମୟରେ ଭାଇରାଲ ହେଉଥିବା ଭିଡିଓରେ ଚାଳକଙ୍କ ବିନା ସାହାଯ୍ୟରେ ଟେସ୍‌ଲା କାର ଚାଲୁଥିବାର ଦେଖିବାକୁ ମିଳେ।