BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗୋଟିଏ ବୁନ୍ଦା ମଦ ବି କ୍ୟାନ୍ସର ସୃଷ୍ଟି କରିପାରେ – ହୁ

ୱାଶିଂଟନ : ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଷ୍ଟଡି କରାଯାଇଛି । ହେଲେ ଏବେ ଏକ ଗବେଷଣାର ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଦାବି କରିଛି ଯେ ମଦର ଗୋଟିଏ ବୁନ୍ଦା ବି ଶରୀରରେ କ୍ୟାନସର ସୃଷ୍ଟି କରିପାରେ ।
ଡବ୍ଲୁଏଚଓ କହିଛି ମଦ ହେଉଛି ଏକ ହାନିକାରଣ ପାନୀୟ, ଏଥିରୁ ଦୂରେଇ ରହିବା ଭଲ । ମଦର ଏମିତି କୌଣସି ଗୁଣ ନାହିଁ ଯାହା କମ ପିଇଲେ ବା ଅଧିକ ପିଇଲେ କ୍ଷତି ହେବ ନାହିଁ । ଡବ୍ଲୁଏଚଓର ଲାସେଂଟ ପବ୍ଲିକ ହେଲ୍‌ଥରେ ଛପା ଯାଇଥିବା ଏକ ଆର୍ଟିକଲ ପରେ ଲୋକେ ଅଧିକ ସତର୍କ ରହିବା ଜରୁରୀ ।
ଷ୍ଟଡିରେ କୁହାଯାଇଛି କି ମଦ ପିଇଲେ ୭ ପ୍ରକାରର କ୍ୟାନସର ହେବାର ଆଶଙ୍କା ଥାଏ । ଥ୍ରୋଟ କ୍ୟାନସର, ଲିଭର, କୋଲନ, ମାଉଥ, ବ୍ରେଷ୍ଟ ଓ ଏସୋଫେଗାସ କ୍ୟାନସରର ଆଶଙ୍କା ବଢିଯାଇଥାଏ । ଲୋକେ କୁହନ୍ତି ଏତିକି ମାତ୍ରାରେ ମଦ ପିଇଲେ କୌଣସି ଅସୁବିଧା ନାହିଁ । ହେଲେ ଏହା ସମ୍ପୂର୍ଣ୍ଣ ଭୁଲ । କମ୍ ହେଉ ଅବା ବେଶୀ ଏହା ଶରୀରରେ କ୍ଷତି ପହଞ୍ଚାଇଥାଏ ।