ପଲ୍ୟୁସନ ବୋର୍ଡ ପ୍ରୋତ୍ସାହନରେ ଚାଲିଛି ଗlଡ଼କଣ ଅଳିଆ ଗଦା
ପଲ୍ୟୁସନ ବୋର୍ଡ ଅଫିସ ଘେରାଉ କରିବ ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ
ଭୁବନେଶ୍ୱର :ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ପ୍ରଦୂଷଣ ବୋର୍ଡ ଅଫିସ ରେ ମେମ୍ବର ସେକ୍ରେଟାରୀଙ୍କୁ ଭେଟି ଅଳିଆ ଗଦା ତୁରନ୍ତ ବନ୍ଦ ସହ ଦଣ୍ଡବିଧାନ ପାଇଁ ଯାଇଥିଲେ l ହେଲେ ସେ ଅନୁପସ୍ଥିତ ଥିବାରୁ ଚରମ ବାଣୀ ଶୁଣାଇଛନ୍ତି କି ଯଦି ସେପ୍ଟେମ୍ବର ୧ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନନେଲେ ବୋର୍ଡ ଅଫିସ ଘେରାଉ ହେବ l
ପ୍ରକାଶ ଯୋଗ୍ୟ କି ୨୦୦୨ ମସିହାରୁ ସୈନିକ ସ୍କୁଲ କ୍ୟାମ୍ପସ ଭିତରେ ଥିବା ବେଆଇନ ଡମ୍ପିଂୟାର୍ଡକୁ ପରୋକ୍ଷରେ ପ୍ରୋତ୍ସାହନ ଦେଇ ଭୁବନେଶ୍ୱରର ଲକ୍ଷାଧିକ ଲୋକଙ୍କୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମରଣ ଯନ୍ତlକୁ ନେଇ ଚାଲିଛି l
ବିଏମସି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି), ପୂର୍ବ ଜୋନ୍ ବେଞ୍ଚ, କୋଲକାତା ଏବଂ ମାନ୍ୟବର ହାଇକୋର୍ଟଙ୍କ ସମ୍ମୁଖରେ ଦାଖଲ କରାଯାଇଥିବା ଏକ ସତ୍ୟପାଠ ରେ ଦାବି କରାଯାଇଛି ଯେ ସୈନିକ ସ୍କୁଲ କ୍ୟାମ୍ପସରେ ଅସ୍ଥାୟୀ ସ୍ଥାନାନ୍ତର ଷ୍ଟେସନ (ଟିଟିଏସ) ଅନୁମତି ନେଇଛି। ଟିଟିଏସ୍ ପ୍ରତିଦିନ ୫୧୦ ମେଟ୍ରିକ୍ ଟନ୍ ଅପଚୟ ପରିଚାଳନା କରି କାର୍ଯ୍ୟ ଜାରି ରଖିଛି।ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଭୂମିକା ସନ୍ଦିହାନ l ବେଆଇନ ଡମ୍ପିଂ ୟାର୍ଡକୁ କାହିଁକି ବନ୍ଦ କରିନାହାଁନ୍ତି। କାହିଁକି BMCର ବେଆଇନ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ କରିନାହିଁ?
ଅଳିଆ ଗଦାଇବାର ପ୍ରାୟ 20 ବର୍ଷ ପରେ ବିଏମସି ଗତ ବର୍ଷ ୨୦୨୪ ମସିହାରେ ଅଳିଆ ପ୍ରକ୍ରିୟା କରଣ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆବେଦନ କରିଛି ହେଲେ ଅନୁମତି ନ ନେଇ ଅଳିଆ ଡମ୍ପିଂ କରୁଛନ୍ତି। ଏହି ବେଆଇନ ଡମ୍ପିଂୟାର୍ଡକୁ ବନ୍ଦ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ପଲ୍ୟୁସନ ବୋର୍ଡ ପାଖରେ ବିଭିନ୍ନ ଦାବୀ ହୋଇଛି ଯଥା
- ଗlଡ଼କଣ ଅଳିଆ ପ୍ରକ୍ରିୟକରଣ ୟୁନିଟରେ ତୁରନ୍ତ କାର୍ଯ୍ୟ ବନ୍ଦ କରନ୍ତୁ।
- SEIAA ରୁ ମଞ୍ଜୁରୀ ପାଇଁ ଆବେଦନ କରିବାକୁ ବିଏମସି କୁ ତାଗିଦ କରନ୍ତୁ
- CTE ର ସର୍ତ୍ତାବଳୀ ପୂରଣ କରନ୍ତୁ ଏବଂ CTO ପାଇଁ ଆବେଦନ କରନ୍ତୁ।
- ୨୦୦୨ ରୁ ୨୦୨୫ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବିଏମସି ଉପରେ ଏକ ଲକ୍ଷ ଟଙ୍କା ହିସାବରେ ଜରିମାନା ଲାଗୁ କରନ୍ତୁ ଏବଂ ଏହି କ୍ଷତିପୂରଣ ରାଶି କୁ ସ୍ଥାନୀୟ ପୀଡିତଙ୍କୁ ଦିଅନ୍ତୁ।
- ଗlଡକଣର ସୈନିକ ସ୍କୁଲ କ୍ୟାମ୍ପସରେ ଥିବା TTS ଭିତରେ ପଡ଼ି ରହିଥିବା ସମସ୍ତ ଅଳିଆ ସଫା କରିବାକୁ BMCକୁ ନିର୍ଦେଶ ଦିଅନ୍ତୁ
- ଶୁଖିଲା ଅଳିଆ ପରିଚାଳନା ପାଇଁ TTS ଭିତରେ ସ୍ଥାପିତ ମେସିନ୍ ବାହାର କରନ୍ତୁ।
ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନନେଲେ ଆସନ୍ତା ସେପ୍ଟେମ୍ବର ୧ରେ ଘେରାଉ ହେବ ବୋଲି ଅଭିଯାନର ଆବାହକ ଭିକ୍ଷାକରି ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀରେ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ଦିଲୀପ ଦାସ ଶର୍ମା, ଚିନ୍ତାମଣି ବାରିକ, ଶଙ୍କର୍ଷଣ ବାରିକ, ଆଶୁତୋଷ ମିଶ୍ର, ସାନ୍ଦୀପ୍ତ ଦାସ, ସଚିତ୍ର ପାତ୍ର, ଜୟସୂର୍ଯ୍ୟ କାନୁନଗୋ, ଅମୀୟ ଶର୍ମା ଓ ଅନ୍ୟମାନେ ସାମିଲ ହୋଇଥିଲେ l