ଭୁବନେଶ୍ୱର : ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିବସ ହେଉଛି ମଇ ପହିଲା। ୯୭% ଶ୍ରମିକ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ମାତ୍ର ୩% ଶ୍ରମିକ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶ୍ରମିକଙ୍କ ସାମାଜିକ ନିରାପତ୍ତା ଓ ସଶକ୍ତି କରଣ ନିମନ୍ତେ ପ୍ରତ୍ୟେକ ଶ୍ରମିକ ସଂଗଠିତ ଓ ସଚେତନ ହେବା ଜରୁରୀ ବୋଲି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବକାଶରେ ସିସିଡବ୍ଲୁଡ଼ି ଓ ଆକ୍ସନଏଡ୍ ଆସୋସିଏସନଙ୍କ ମିଳିତ ଆନୁକୁଲ୍ୟରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି।
ଅତିଥିଭାବେ ବରିଷ୍ଠ ପତ୍ରକାର ସୁରେନ୍ଦ୍ର ପାତ୍ର, ଆକ୍ସନଏଡ୍ ଆସୋସିଏସନର ସହଯୋଗୀ ନିର୍ଦ୍ଦେଶକ ଦେବବ୍ରତ ପାତ୍ର, ସିନିୟର ଲିଡ୍ ପ୍ରୋଗ୍ରାମ ଶୁଭେନ୍ଦୁ କୁମାର ରାୟ, ଅଣସଂଗଠିତ ଶ୍ରମିକ ମଞ୍ଚର ଫୁଲମଣୀ ପାତ୍ର, ପ୍ରକାଶ ସାମଲ, ଅଭୟ ପତି ଓ ସିସିଡବ୍ଲୁଡ଼ିର ସଂପାଦକ ସଦାଶିବ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଭାସ୍କର ଚନ୍ଦ୍ର ପ୍ରଧାନ ପ୍ରଦାନ କରିଥିବା ବେଳେ ସୁଚରିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।