BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ପାଇଁ ଦରଖାସ୍ତ ଆହ୍ଵାନ

ଭୁବନେଶ୍ୱର: ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ।

୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୩ ରିଖରୁ ୩୧.୧୨.୨୦୨୩ ରିଖ ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର (Censorship Certificate) ପ୍ରାପ୍ତ ହୋଇଥିବା ଆବଶ୍ୟକ। ସେହିପରି ଭାବେ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୪ ରୁ ୩୧.୧୨.୨୦୨୪ ରିଖ ଅବଧି ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର ପ୍ରାପ୍ତ ହୋଇଥିବା ଆବଶ୍ୟକ।

ଓଡ଼ିଆ ଚଳଚ୍ଚିତ୍ର ଉପରେ ଓଡ଼ିଆ/ଇଂରାଜୀ ଭାଷାରେ ଲିଖିତ ଶ୍ରେଷ୍ଠ ଲେଖା (Book/Monograph) ପାଇଁ ପୁରସ୍କାର ନିମନ୍ତେ ଆଗ୍ରହୀ ଲେଖକ/ଲେଖିକାମାନେ ଆବେଦନ କରିବା ସହିତ ଉକ୍ତ Book/Monograph ର ଦଶଖଣ୍ଡ ନକଲ ତା ୪.୧୦.୨୦୨୫ ରିଖ ସୁଦ୍ଧା ରେଜିଷ୍ଟ୍ରର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିକଟରେ ଦାଖଲ କରିପାରିବେ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ବନ୍ଧୀୟ ସବିଶେଷ ବିବରଣୀ ଓ ନିୟମାବଳୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ:culture.odisha.gov.in ରେ ଉପଲବ୍ଧ କରାଯାଇଛି।