BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଗୁରୁବାର ସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି। ରାଜସ୍ବ ବିଭାଗ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଥିବା ସୂଚନା ମିଳିଛି। ସହକାରୀ ସମବାୟ ନିବନ୍ଧକ କ୍ୟାଡର ପୁନର୍ଗଠନ ସହ ଯୋଗାଣ ବିଭାଗରେ ଘରୋଇ ଡିଲରଙ୍କ ପୁନଃ ନିଯୁକ୍ତିକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସେହିଭଳି ମୟୂରଭଞ୍ଜ ଜିଲାରେ ଏକ ଗୋଶାଳାକୁ ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେବେ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୋଶାଳାର ଏହି ଜମି ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ। ସେହିଭଳି ନୟାଗଡ଼ରେ ବଲାଙ୍ଗୀର ପାର୍କ ନିର୍ମାଣ ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି। ଆପାର୍ଟମେଣ୍ଟ ଓନରଶିପ୍‌ ବିଲ୍‌ ସମ୍ପର୍କିତ ଗୃହ ଓ ନଗର ଉନ୍ନୟନର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଥିବା ଜଣାପଡ଼ିଛି। ତେବେ ବିଧାନସଭା ଅଧିବେଶନ ସରି ନ ଥିବାରୁ କ୍ୟାବିନେଟ୍‌ ସମ୍ପର୍କିତ ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାର କିମ୍ବା ମନ୍ତ୍ରୀମାନଙ୍କ ମୁହଁରୁ ପଦୁଟିଏ ଶୁଣିବାକୁ ମିଳିନାହିଁ। ଶୁକ୍ରବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ କ୍ୟାବିନେଟ୍‌ରେ ପାରିତ ପ୍ରସ୍ତାବ ସମ୍ପର୍କରେ ସେଠାରେ କୁହାଯିବ ବୋଲି ଜଣାପଡ଼ିଛି।