BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍କୁଲରେ ପଢା ହେଉ ଫକୀରମୋହନ ସାହିତ୍ୟ

  • ବ୍ୟାସକବିଙ୍କ ଜୟନ୍ତୀ ପାଳିଲା ଉସାକା

  • ମୋବାଇଲ ଛାଡି ସାହିତ୍ୟମନସ୍କ ହୁଅନ୍ତୁ ଯୁବ ପିି(ଫ)

  • ଗୋଟିଏ ସ୍ଥାନରେ ଦିବସବ୍ୟାପୀ ସରକାରୀ ଭାବେ ପାଳନ ହେଉ ଜୟନ୍ତୀ

  • ଗଣ ଦୌଡ଼ ସହ ଆୟୋଜନ ହେଉ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ବର:ଫକୀରମୋହନ ସାହିତ୍ୟରେ ବିପ୍ଳବର ବହ୍ନି ଅଛି। ତାଙ୍କ ସାହିତ୍ୟରେ ଆହ୍ବାନ ଅଛି ଓ ଜିଜ୍ଞାସା ବି ଭରି ରହିଛି। ଯୁବ ପିି ତାଙ୍କ ଉପରେ ଅଧିକ ବିଶ୍ଳେଷଣ କରନ୍ତୁ। ଗବେଷଣା କରନ୍ତୁ। ଓିଆ ଜାତି ତାଙ୍କ ପାଖରେ ଋଣୀ ହୋଇ ରହିବ। ଯୁବପିିଢ଼ି ମୋବାଇଲ୍ରେ ବ୍ୟସ୍ତ ନ ହୋଇ ସାହିତ୍ୟମନସ୍କ ହୁଅନ୍ତୁ। ସମସ୍ତ ବିଦ୍ୟାଳୟରେ ଫକୀରମୋହନ ସାହିତ୍ୟ ପଠନର ବ୍ୟବସ୍ଥା ହେଉ ବୋଲି ପ୍ରଫେସର ମାନସ ରଞ୍ଜନ ବେହେରା କହିଛନ୍ତି।

ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ଉସାକା) ପକ୍ଷରୁ ବୁଧବାର ଉତ୍କଳ ବିଶ୍ବବିଦ୍ୟାଳୟରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଉସାକାର ସଭାପତି ସରୋଜ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଫେସର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଉସାକା ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଫକୀରମୋହନଙ୍କ ଜୟନ୍ତୀ ଭିନ୍ନ ଭିନ୍ନ ସ୍ଥାନରେ ପାଳନ ନ କରି ଗୋଟିଏ ସ୍ଥାନରେ ଦିବସବ୍ୟାପୀ ପାଳନ କରୁ। ତା’ ପୂର୍ବରୁ ଏକତା ଦିବସରେ ଗଣଦୌ କରିବା ଭଳି ଫକୀରମୋହନଙ୍କ ଉଦ୍ଦେଶ୍ୟରେ ଗଣ ଦୌ, ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।

ଏହି କାଯ୍ୟକ୍ରମରେଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରସଂସଦ ସଭାପତି ଲେନିନ ମହାନ୍ତି, ଉସାକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ପ୍ରକାଶ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ମିହିର ରାୟ, ରାମଜୀବନ ଗୋଛାୟତ, ଅଧ୍ୟାପିକା ଅମୀୟବାଳା ପରିଡା, ଡ. ରୋଜା ଘୋଷ, ପ୍ରଫେସର ଅଦୈତ୍ବ ପାତ୍ର, ନିରଞ୍ଜନ ପଣ୍ଡା, ବେଣୁଧର ବିଶ୍ବାଳ, ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ରାଜ୍ୟ ସମାଜସେବୀ ସଂଘର ଟ୍ରଷ୍ଟି ସାଗର ସୁନ୍ଦର ଦାଶ, ସତ୍ୟାନନ୍ଦ ନାୟକ, ଆଇନଜୀବୀ ପ୍ରବୀର ଦାସ, ଦେବେଶ ଦାସ, ସୁମନ୍ତ ବେହେରା, ସମରେଶ ସାମଲ, ବିମଳ ବରାଇ, ସୌମ୍ୟରଞ୍ଜନ ମହାପାତ୍ର, ଲିପୁନ୍ ମହାରଣା, ଅଶୋକ ନାୟକ, ଅଜିତ କୁମାର, ସୁଶ୍ରୀ ଶୁଭାଙ୍ଗି, ଜିନି ବିଶ୍ବାଳ ପ୍ରମୁଖ ଯୋଗ ଦେଇ ବ୍ୟାସକବିଙ୍କ ସ୍ମୃତିଚାରଣ କରିଥିଲେ।