BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ୨୦୩୦ ସ୍ଥିରତା ଟାର୍ଗେଟ ଘୋଷଣା

ଭୁବନେଶ୍ବର : ଜାଗୁଆର ଲ୍ୟାଣ୍ଡ ରୋଭର ୨୦୩୦ ସୁଦ୍ଧା ଏହାର କାର୍ଯରେ ୪୬% ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବାକୁ ପ୍ରତିଶ୍ରୁତ ପ୍ରଦାନ କରିଛି । ଏଥିସହ କମ୍ପାନୀ ଏହାର ମୂଲ୍ୟ ଶୃଙ୍ଖଳା ମଧ୍ୟରେ ହାରାହାରି ଯାନ ନିର୍ଗମନକୁ ୫୪% ହ୍ରାସ କରିବ । ଏହା ସହିତ ବ୍ୟବହାର ପର୍ଯ୍ୟାୟରେ ନିର୍ଗମନ ୬୦% ହ୍ରାସ ହେବ ।

ସାଇନ୍ସ ଆଧାରିତ ଟାର୍ଗେଟ ପଦକ୍ଷେପ ଦ୍ୱାରା ଅନୁମୋଦିତ ଲକ୍ଷ୍ୟଗୁଡିକ, ପ୍ୟାରିସ ଚୁକ୍ତିନାମା ଅନୁଯାୟୀ ୧.୫ଡିଗ୍ରୀ ନିର୍ଗମନ ହ୍ରାସ ପାଇଁ କମ୍ପାନୀର ପଥକୁ ନିଶ୍ଚିତ କରିବ ।

ଏହି ଦଶନ୍ଧି ଶେଷ ବେଳକୁ ଜାଗୁଆର ଲ୍ୟାଣ୍ଡ ରୋଭର ୨୦୧୯ ବେସଲାଇନ ତୁଳନାରେ ଯାନ ଉତ୍ପାଦନ ଏବଂ ଅପରେଶନ ଉପରେ ଏହାର ସିଧାସଳଖ ଗ୍ରୀନ ହାଉସ ଗ୍ୟାସ ଇମିସନ ୪୬% ହ୍ରାସ କରିବ । ଯାନବାହନ ଚଳାଚଳ ପର୍ଯ୍ୟାୟରେ ଏହା ୬୦ ପ୍ରତିଶତ ହ୍ରାସ ସହିତ ସମଗ୍ର ମୂଲ୍ୟ ଶୃଙ୍ଖଳାରେ ହାରାହାରି ୫୪ ପ୍ରତିଶତ ହ୍ରାସ କରିବାକୁ କମ୍ପାନୀ ପ୍ରତି ପ୍ରତିଶ୍ରୁତିବଦ୍ଧ ।

ଏହି ଲକ୍ଷ୍ୟଗୁଡିକ ଜାଗୁଆର ଲ୍ୟାଣ୍ଡ ରୋଭରର ୨୦୩୦ ପ୍ରତି ପ୍ରତିବଦ୍ଧତା ପ୍ରତିପାଦିତ କରିବ । ୨୦୩୯ ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ ପାଇଁ କମ୍ପାନୀ ଯୋଜନା କରିଛି । ଏହା ହାସଲ କରିବା ପାଇଁ, କମ୍ପାନୀ ଡିଜାଇନ ଏବଂ ସାମଗ୍ରୀ, ଉତ୍ପାଦନ କାର୍ଯ୍ୟ, ଯୋଗାଣ ଶୃଙ୍ଖଳା, ବିଦ୍ୟୁତିକରଣ, ବ୍ୟାଟେରୀ ରଣନୀତି, ସର୍କୁଲାର ଇକୋନୋମି ପ୍ରକ୍ରିୟା ଉପରେ କାର୍ଯ୍ୟ କରୁଛି ।

ଏହାର ମିଶନକୁ ସମର୍ଥନ କରିବା ପାଇଁ ଜାଗୁଆର ଲ୍ୟାଣ୍ଡ ରୋଭର ସଷ୍ଟେନେବିଲିଟି ଡାଇରେକ୍ଟରଙ୍କ ନୂତନ ଭୂମିକା ଗ୍ରହଣ କରିଛି, ଏହାର ରୂପାନ୍ତର ପାଇଁ ରୋସେଲା କାର୍ଡୋନଙ୍କୁ ନିଯୁକ୍ତ କରିଛି ଏବଂ ଷ୍ଟ୍ରାଟେଜି ଏବଂ ସସଷେ୍‌ଯନବିଲିଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଭାବେ ଫ୍ରାଙ୍କୋଇସ ଡୋସାଙ୍କୁ ନିଯୁକ୍ତ କରିଛି ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭରର ନିର୍ଦ୍ଦେଶକ ତଥା ସଷ୍ଟେନେବିଲିଟି କାର୍ଯ୍ୟାଳୟର ମୁଖ୍ୟ ରୋସେଲା କାର୍ଡୋନ କହିଲେ, ୨୦୩୯ ସୁଦ୍ଧା ନିଟ କାର୍ବନ ଶୂନ ହାସଲ କରିବା ଲକ୍ଷ୍ୟରେ ସ୍ଥିରତା ଆମର ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଏହା ବିଶ୍ୱର ସବୁଠାରୁ ଆକାଂକ୍ଷିତ ଆଧୁନିକ ବିଳାସପୂର୍ଣ୍ଣ ଯାନଗୁଡିକରେ ସଲଗ୍ନ କରିବାକୁ ଜାଗୁଆର ଳ୍ୟାଣ୍ଡ ରୋଭର ଯୋଜନା କରିଛି ।

ଏହି ଅବସରରେ ସାଇନ୍ସ ଆଧାରିତ ଟାର୍ଗେଟର ଅନ୍ୟତମ ଅଂଶୀଦାର ସିଡିପିର ସାଇନ୍ସ ଆଧାରିତ ଟାର୍ଗେଟର ପରିଚାଳନା ନିର୍ଦ୍ଦେଶକ ଆଲବର୍ଟ କାରିଲୋ ପିନେଡା କହିଲେ,ଜାଗୁଆର ଲ୍ୟାଣ୍ଡ ରୋଭରକୁ ବିଜ୍ଞାନ ଭିତିକ ଲକ୍ଷ୍ୟ ସ୍ଥିର କରି ୧.୫ ଡିଗ୍ରୀ ପର୍ଯ୍ୟନ୍ତ ତାପନକୁ ସୀମିତ ରଖିବା ପାଇଁ ଅଭିନ୍ଦନ ଜଣାଉଛି । ଏହା ପ୍ୟାରିସ ଚୁକ୍ତିନାମାର ଏକ ଅଂଶବିଶେଷ । ଜଳବାୟୁ ବିଜ୍ଞାନରେ ସ୍ଥାପିତ ଉଚ୍ଚାଭିଳାଷୀ ବିଜ୍ଞାନ ଭିତିକ ଲକ୍ଷ୍ୟ ସ୍ଥିର କରି ଜାଗୁଆର ଲ୍ୟାଣ୍ଡ ରୋଭର ଜଳବାୟୁ ପରିବର୍ତନର ସବୁଠାରୁ କ୍ଷତିକାରକ ପ୍ରଭାବକୁ ରୋକିବା ପାଇଁ ପଦକ୍ଷେପ ନେଉଛି । ଏହା ସ୍ୱାଗତ ଯୋଗ୍ୟ ।

ଜାଗୁଆର ଲ୍ୟାଣ୍ଡ ରୋଭର ନଭେମ୍ବର ୨୦୨୧ ରେ ଆୟୋଜିତ ଜଳବାୟୁ ପରିବର୍ତନ ସମ୍ମିଳନୀ ସିଓପି-୨୬ କୁ ସମର୍ଥନ କରି ପ୍ରଥମେ ଏସବିଟିଆଇ ପ୍ରତିଶ୍ରୁତି ବଦ୍ଧତା ପୂରଣ କରିଛି ।