BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାହାଳରେ ଉତ୍କଳ ବିଲ୍ଡର୍ସର ଉତ୍କଳ ଲେଭେଲ୍ସ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ବ୍ରାଣ୍ଡ ଉତ୍କଳ ବିଲ୍ଡର୍ସ ଗ୍ରୁପ ପକ୍ଷରୁ ନୂଆ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ର ରବିବାର ଉନ୍ମୋଚନ ହୋଇଛି । କମ୍ପାନୀର ଅଧ୍ୟକ୍ଷ ଶ୍ରୀ ସୁବାଷ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ ।

ଏହି ମାଷ୍ଟରପିସ୍ ପ୍ରକଳ୍ପ ସ୍ଥାନୀୟ ପାହାଳ ଜଗନ୍ନାଥ ମନ୍ଦିର ବିପରୀତ ପାର୍ଶ୍ୱରେ ଅବସ୍ଥିତ । ଏଥିରେ ୨୧ ମହଲା ବିଶିଷ୍ଟ ୩ଟି ଟାୱାର ଯଥା କ୍ରେଷ୍ଟ, କ୍ରାଉନ ଏବଂ ପିନାକଲ୍ ରହିବ । ସୁଉଚ୍ଚ ବିଲ୍ଡିଂ ପାଇଁ ପାହାଳ ବେଶ ଜଣାଶୁଣା ହୋଇଥିôବା ବେଳେ ଏଥିରେ କମ୍ପାନୀର ବହୁ ପ୍ରତୀକ୍ଷୀତ ଲକଜ୍ୟୁରୀ ପ୍ରକଳ୍ପ ଉତ୍କଳ ଲେଭେଲ୍ସ ଯୋଡ଼ି ହେବାକୁ ଯାଉଛି । ଏଥିରେ ୧୧ ଫୁଟର ଫ୍ଲୋର ଟୁ ଫ୍ଲୋର ହାଇଟ୍‌, ଆକର୍ଷକ ଡେକ୍‌, ଲାମିନେଟେଡ ଗ୍ଲାସ ରେଲିଂ ଦ୍ୱାରା ରାଜପଥ ଏବଂ ପ୍ରାକୃତିକ ପରିବେଶର ମଜା ନେବାରେ ବେଶ ସହାୟକ ହେବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି । ପ୍ରକଳ୍ପଟି ଭୁବନେଶ୍ୱର ଏନ୍‌ଏଚ୍ ୧୬ର ସର୍ଭିସ ରୋଡ ନିକଟରେ ଅବସ୍ଥିତ । ଏହାର ସବୁ ଆପାର୍ଟମେଣ୍ଟ ୩ ପାଶ୍ୱର୍ ବିଶିଷ୍ଟ । ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ପବନ ଚଳାଚଳର ଉନ୍ନତ ସୁବିଧା ଏହା ଦ୍ୱାରା ମିଳିପାରିବ । ସେହିଭଳି ୨୦୫ ପରିବାରର ଏକ କମ୍ୟୁନିଟି ଏଠାରେ ବସବାସ କରିବେ । ୫୦ରୁ ଉର୍ଦ୍ଧ୍ୱ ଆକର୍ଷଣୀୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଲେଭେଲ୍ସ ଦ୍ୱାରା କଟକ-ଭୁବନେଶ୍ୱର ହାର୍ଟରେ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ଗ୍ରାହକ ଲାଭ କରିପାରିବେ ବୋଲି ଶ୍ରୀ ବୈଦ ଉଲ୍ଲେଖ କରିଛନ୍ତି । ଏଥିରେ ରହିଛି ଆକର୍ଷଣୀୟ ଲବି ଯାହା ଗ୍ରାହକଙ୍କୁ ପଞ୍ଚତାରକା ହୋଟେଲର ଅନୁଭବ ଦେବ । ସେହିଭଳି ୩୦ ହଜାର ବର୍ଗଫୁଟ ସ୍ଥାନକୁ ପୋଡ଼ିୟମ ଏବଂ କ୍ଳବ ହାଉସ୍ ଭାବେ ବିକଶିତ କରାଯାଉଛି । ୨୨ତମ ଫ୍ଲୋରରେ ଆକର୍ଷଣୀୟ ଟେରାସ ରହିଛି ଯାହା ନିଜ ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ଖୁସିର ମୂହୁର୍ତ୍ତ ବିତାଇବାରେ ସୁବିଧା ଦେବ । ପ୍ରକଳ୍ପ ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଗ୍ରୁପର ପ୍ରତିଷ୍ଠାତା ଭଁୱରଲାଲ ବୈଦ ଏବଂ ପ୍ରକାଶ ଚନ୍ଦ୍ର ଭୁରା, ନିର୍ଦ୍ଦେଶକ ଅମିତ୍ ବୈଦ ଓ ରାକେଶ ଭୁରା ଉପସ୍ଥିତ ଥିଲେ ।