BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦ୍ୱିତୀୟ ଦିବସରେ ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା

ଭୁବନେଶ୍ୱର – ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି) ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଲ୍ୟୁ.ଇ.ସି)ର ମିଳିତ ସହଯୋଗରେ ପଟିଆ ସ୍ଥିତ ପାଲଟ୍ରୋନିକ୍ସ ଗ୍ରାଉଣ୍ଡଠାରେ ରବିବାରଠାରୁ ଆରମ୍ଭ ହୋଇଛି ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା । ଆଜି ଥିଲା ମେଳାର ଦ୍ୱିତୀୟ ଦିବସ । ବଲିଉଡ଼୍ ଅଭିନେତା ଜାଏଦ୍ ଖାନ୍ ଯୋଗଦେଇ ଆଇ.ଏନ୍‌.ଡ଼ବ୍ଲ୍ୟୁ.ଇ.ସି’ର କୋର ମେମ୍ବର ପ୍ରୀତି ପଲ୍ଲଭୀ ପଟ୍ଟନାୟକ ଓ ସୋଫିଆ ଫିର୍‌ଦୋସ୍‌ଙ୍କ ସହ ସୁନ୍ଦର ଅନୁଭୂତି ବାଣ୍ଟିଥିଲେ । ଏହି ଅବସରରେ ଅଭିନେତାଙ୍କୁ ଆଇ.ଏନ୍‌.ଡ଼ବ୍ଲ୍ୟୁ.ଇ.ସି’ର ଆବାହିକା ସୁକୀର୍ତ୍ତୀ ପଟ୍ଟନାୟକ ଏବଂ ସହ-ଆବାହିକା ତନୟା ପଟ୍ଟନାୟକ ସମ୍ମାନିତ କରିଥିଲେ । ଆଇ.ଏନ୍‌.ଡ଼ବ୍ଲ୍ୟୁ.ଇ.ସି’ର ଆମ୍‌ବ୍ରିନା ଅଲ୍ଲୀଙ୍କ ସହ ଆମ୍ରି ହସ୍ପିଟାଲ୍ ନିଲାଞ୍ଜନା ମୁଖାର୍ଜୀ, ହେଲ୍‌ଥ ଆଣ୍ଡ୍ ଟପ୍‌’ର ଗୌରବ ରୋଲହନ୍‌, ଓପରୀ କିଚେନ୍‌ର ପ୍ରିନ୍ସ ଗୁପ୍ତା ଓ ୱେଲ୍‌କମ୍ ହୋଟେଲ୍‌ର ସମରା ଘୋଷଙ୍କ ସହ ଏକ ସ୍ୱତନ୍ତ୍ର ଅଧିବେଶନ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ଜୀବନଶୈଳୀକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ୯ଟି ପ୍ରତିଷ୍ଠିତ ଇଣ୍ଟର କଲେଜ୍ ଛାତ୍ରଛାତ୍ରୀଙ୍କୁ ନେଇ ଡ଼୍ୟାନ୍ସ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା ଓ ଏଥିରେ ଛାତ୍ରଛାତ୍ରୀମାନଙ୍କ ଡ଼ାନ୍ସ ମନମୁଗ୍ଧକର ଥିଲା । ସେମାନଙ୍କ ପରିବାର ଓ କଲେଜ୍‌ର ଅଧ୍ୟାପକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ବିଜେତାମାନଙ୍କୁ ପ୍ରଥମ ପୁରସ୍କାର ୫୦ ହଜାର, ଦ୍ୱିତୀୟ ପୁରସ୍କାର ଭାବେ ୨୫ ହଜାର ଓ ତୃତୀୟକୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଇଭେଣ୍ଟ ଟାଇଟେଲ୍ ପ୍ରୟୋଜକ ଇଭୋସ ବିଜେତା ଦଳମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟଦିବସରେ ଫ୍ୟାସନ୍‌ସୋ ର ଉତ୍ସାହ ଦେଖିବାକୁ ମିଳିଥିଲା । ବୟନିକା ତରଫରୁ ହସ୍ତତନ୍ତ ପ୍ରଦର୍ଶିତ କରାଯାଇଥିଲା । ଜାତୀୟ ଓ ଆନ୍ତର୍ଜାତୀୟ ମଡ଼େଲ୍‌ମାନେ ଏହି ପୋଷାକ ପିନ୍ଧି ର‌୍ୟାମ୍ପରେ ଚାଲିଥିଲେ । ଲେବଲ୍ ଋତୁପର୍ଣ୍ଣ ଡ଼ିଜାଇନ୍‌ର ଡ଼ିଜାଇନର୍ ମନିଶା ଋତୁପର୍ଣ୍ଣା, ୱିଇ ହ୍ୟାଣ୍ଡଲୁମ୍‌ର ରୋମି ସାହୁ ଓ ଆଇ.ଏନ୍‌.ଆଇ.ଏଫ୍‌.ଡ଼ି ତରଫରୁ ନିଜର ଡ଼ିଜାଇନ୍ ସୋ କେସ୍ କରିଥିଲେ । ଏହା ସହ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ଏହି ଫ୍ୟାଶନ ସୋ ରେ ଭାଗ ନେଇଥିଲେ ।