BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ଜାଗମରା ଓ ନୀଳାଦ୍ରି ବିହାରରେ ଖୋଲିଲା ଇଣ୍ଡଲଜ୍ ସାଲୁନ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ଇଣ୍ଡଲଜ୍‌ର ୩ଟି ନୂତନ ସାଲୁନ୍ ଖୋଲାଯାଇଛି । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ନିଳାଦ୍ରି ବିହାର ଏବଂ ଜାଗମରାରେ ଥିବା ସେଲୁନ୍ ଗୁଡ଼ିକୁ ବଲିଉଡ଼୍ ଅଭିନେତା ଅଫତାବ୍ ଶିବଦାସାନି ଏବଂ ଇଣ୍ଡଲଜ୍ ପ୍ରତିଷ୍ଠାତା ସୁକିର୍ତ୍ତୀ ପଟ୍ଟନାୟକ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଏହି ସାଲୁନ୍‌ର ଲଞ୍ଚି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଫତାବ୍ ସମସ୍ତ ଉପସ୍ଥିତ ଦର୍ଶକଙ୍କ ସହ ନିଜ ଚଳଚ୍ଚିତ୍ର ଅନୁଭୂତି ବାଣ୍ଟିଥିଲେ । ତାଙ୍କର ଏହି ପାରସ୍ପରିକ ଅଧିବେଶନ ଆକର୍ଷଣୀୟ ଏବଂ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଖୋଲା ହୋଇଥିବା ସାଲୁନ୍‌ର ଫ୍ରାଞ୍ଚାଇଜ୍ ମାଲିକ ଲୀତା ପଟ୍ଟନାୟକ, ଜାଗମରା ସାଲୁନ୍‌ର ଅପର୍ଣ୍ଣା ସ୍ୱାଇଁ, ସ୍ୱପ୍ନା ସ୍ୱାଇଁ ଓ ନିଳାଦ୍ରି ବିହାର ସାଲୁନ୍‌ର ଗାଭାସ୍କର ସ୍ୱାଇଁ ଏହି ଭବ୍ୟ ମୁହୁର୍ତ୍ତରେ ଉପସ୍ଥିତ ଥିଲେ । ଏହି ଅବସରରେ ଅଫତାବ୍ ବିୟୁଟି ଇଣ୍ଡଷ୍ଟ୍ରିରେ ନୂତନ ଉଦ୍ୟୋଗୀଙ୍କ ଯୋଗଦାନ ସହ ଇଣ୍ଡଲଜ୍‌କୁ ପ୍ରଶଂସା କରିଥିଲେ । ଅନେକ ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ହୋଇଥିବାରୁ ସେ ସୁକିର୍ତ୍ତୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ଆସନ୍ତା ଦୁଇ ବର୍ଷରେ ୩୦ଟି ନୂତନ ଆଉଟ୍‌ଲେଟ୍ ଖୋଲିବା ସହ ସୁକିର୍ତ୍ତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଛନ୍ତି । ଇଣ୍ଡଲଜ୍‌ରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ଉତ୍ପାଦ ଓ ଉତ୍କୃଷ୍ଟ ସେବା ନିମନ୍ତେ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପାଇଁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନୂତନ ଫ୍ରାଞ୍ଚାଇଜ୍ ମାଲିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ବିକାଶରେ ଇଣ୍ଡଲଜ୍ ଏକ ବ୍ରାଣ୍ଡ୍ ଭାବରେ ଆଗରେ ରହିଆସିଛି । ସେ ଇଣ୍ଡଲଜ୍ ଯାତ୍ରାର ଅଂଶ ହୋଇଥିବାରୁ ଆଫତାବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।