BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ‘ଖୁସିୟୋଁ କା ତ୍ୟୋହାର’ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର : ପାର୍ବଣ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଥିବା ‘ଖୁସିୟୋଁ କା ତ୍ୟୋହାର’ ଶେଷ ହୋଇଛି । ‘ଖୁସିୟୋଁ କା ତ୍ୟୋହାର’ରେ ଅଂଶ ଗ୍ରହଣ କରିଥିବା ଗ୍ରାହକମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ଯୋଗଦେଇ ବିଜେତା ଗ୍ରାହକମାନଙ୍କୁ ପୁରସ୍କୃତ କରିଛନ୍ତି ।
ମଲ୍ ପକ୍ଷରୁ ନିରୋଜ ନାୟକଙ୍କୁ ପ୍ରଥମ ପୁରସ୍କାର ହିରୋ ପ୍ଳେଜର ପ୍ରଦାନ କରାଯାଇଛି । ସେହିପରି ଅମିତ୍ କୁମାର ସାହୁଙ୍କୁ ଜେ ଆଣ୍ଡ ଟି ଜ୍ୱେଲର୍ସ ପକ୍ଷରୁ ସୁନା କାନ ଫୁଲ, ରାଜଦିପ୍ ଖଟୁଆଙ୍କୁ ଏଲଇଡ଼ି ଟିଭି, ଦେବାଶିଷ ନାୟକଙ୍କୁ ଫ୍ରିଜ୍ କୁମାର ଶତୃଘନଙ୍କୁ ୱାସିଂ ମେସିନ୍ ଓ ସଞ୍ଚିତା ସୁବୁଦ୍ଧିଙ୍କୁ ମାଇକ୍ରୋୱେଭ୍ ସହ ଅନ୍ୟମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କେବଳ ସେତିକି ନୁହେଁ ଜେ ଆଣ୍ଡ ଟି ଜୁଏଲର୍ସ ତରଫରୁ ୧୫ ଗ୍ରାହକଙ୍କୁ ୧ ଗ୍ରାମର ସୁନା ମୁଦ୍ରା ଏବଂ ୪୫ ଜଣଙ୍କୁ ୫ ଗ୍ରାମର ରୂପା ମୁଦ୍ରା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଲ୍‌ଡର ପ୍ରତିଷ୍ଠାତା ସୁବାସ ଭୁରା, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଲବଂ ନିର୍ଦ୍ଦେଶକ ଅମିତ୍ ବୈଦ, ଉତ୍କଳ କନିକା ଗ୍ୟାଲେରିଆ ମଲ ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ, ଜେନେରାଲ ମ୍ୟାନେଜର କ୍ରିଷ୍ଣେନ୍ଦୁ ପଣ୍ଡିତ, ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଓଡ଼ିଶାର ଭାଇସ୍ ପ୍ରେସିଡ଼େଣ୍ଟ୍ ଅନନ୍ତ ପଟ୍ଟନାୟକ, ଜେ ଆଣ୍ଡ ଟି ଜୁଏଲର୍ସର ନିର୍ଦ୍ଦେଶକ ସୁରେଶ ଚୌଧୁରୀ ଓ ମଧୁଶ୍ରୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ଏଥିରେ ଉତ୍କଳ କନିକା କ୍ୟାଲେରିଆ ମଲ୍ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଗତ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଖୁସିୟୋଁ କୋ ତ୍ୟୋହାର ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୧୨ ହଜାର ଗ୍ରାହକ ଲକି ଡ଼୍ରରେ ଅଂଶଗ୍ରହଣ କରିଥିବା ବେଳେ ୬୯ ଜଣଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଛି।