BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅର୍ଚ୍ଚନା ଏକ୍କା ମେକପ୍ ଷ୍ଟୁଡିଓ ଓ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଲ କଲେଜ ସମ୍ମୁଖ ସହିଦନଗର ଠାରେ ଅର୍ଚ୍ଚନା ଏକ୍କା ମେକପ୍ ଷ୍ଟୁଡିଓ ଓ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାଡେମୀ ଓ ମେକପ୍ ଷ୍ଟୁଡିଓର ମୁଖ୍ୟ ଅର୍ଚ୍ଚନା ଏକ୍କା ଉଦଘାଟନ କରିଛନ୍ତି । ଏହି ଏକାଡେମୀ ବିଶ୍ୱସ୍ତରୀୟ ଟ୍ରେନିଂ ଯୋଗାଇ ଓଡିଶାର ମହିଳା ମାନଙ୍କୁ ଆଗକୁ ଆଣିବା ସହ ରୋଜଗାର କ୍ଷମ କରିବାର ଉଦେଶ୍ୟ ରଖିଛି । ଏହା ସହିତ ବାହାଘର ହେଉ ବା ବ୍ରତଘର, ଫେସନ୍ ସୋ, ସିରିଏଲ ହେଉ ଅବା ଫିଲ୍ମ ସମସ୍ତ ପ୍ରକାର ମେକପ୍ ମଧ୍ୟ ବିଶ୍ୱସ୍ତରୀୟ ପାଇ ପାରିବେ କାରଣ ଅର୍ଚ୍ଚନା ଏକ୍କା ନିଜେ ଜଣେ ଅଭିଜ୍ଞ ଟ୍ରେନର । ବଲିଉଡ, ଟଲିଉଡ ଓ ଓଲିଉଡରେ ସେ ଦକ୍ଷତାର ସହ କାମ କରି ପ୍ରଂଶସିତ ହୋଇଛନ୍ତି । ଏହି ଏକାଡେମୀରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶିକ୍ଷାଦାନ, ନେଲ୍ ସୌନ୍ଦର୍ଯ୍ୟ କରଣ ଓ ମେକପ କରାଯାଉଛି। ମେକପ୍ ସେଣ୍ଟରରେ ଅତି କୁଶଳୀ କାରିଗର ମାନେ ନିଯୁକ୍ତ ହୋଇଛନ୍ତି । ଶରୀର ସମ୍ବଦ୍ଧୀୟ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ଗ୍ରାହକ । ଏଥି ସହିତ ବିଭିନ୍ନ ପୋଜ ଓ ସିନେରିରେ ଫଟୋ ଉତ୍ତୋଳନ କରାଯିବ ଯାହା ବିଦେଶର ଭ୍ରମ ସୃଷ୍ଟି କରିବ । ଏକାଡେମୀରେ ଉନ୍ନତ ମାନର ନେଲ ସୌନ୍ଦର୍ଯ୍ୟ କରଣ ଓ ମେକପ ଟ୍ରେନିଂ ଦିଆଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଅର୍ଚ୍ଚନା ଏକ୍କା କହିଛନ୍ତି ।