BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କିଟ୍ ରୋଡରେ ଖୋଲିଲା ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା

ଭୁବନେଶ୍ୱର, ଭୁବନେଶ୍ୱର ପଟିଆ ଅଞ୍ଚଳସ୍ଥ କିଟ୍ ଛକରେ ‘ ବିଙ୍ଗଓ୍ବେଲ କ୍ଲିନିକ ଆଣ୍ଡ ସ୍ପା ଉଦଘାଟିତ ହୋଇଯାଇଛି। ଏହାକୁ କାଦମ୍ବିନୀର ସଂପାଦିକା ଡ଼ ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ବିଙ୍ଗଓ୍ବେଲର ଏହି ନିଆରା ଶୈଳୀର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଚର୍ମ ଏବଂ କେଶ ବିଶେଷଜ୍ଞ ଡ଼ ଐଶ୍ବର୍ଯ୍ୟା ବେଦି ଯୋଗଦେଇ ଚର୍ମ ସୁରକ୍ଷିତ ରହିଲେ ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଥାଏ ଏବଂ କେମିକାଲସ୍ ଠାରୁ ଯଥା ସମ୍ଭବ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ‘ ବିଙ୍ଗଓ୍ବେଲ’ର ପ୍ରତିଷ୍ଠାତ୍ରୀ ବିଜୟଲକ୍ଷ୍ମୀ ରାଉତ କହିଛନ୍ତି ବର୍ତ୍ତମାନ ସମୟରେ ରାଜଧାନୀ ଯୁବପିଢୀଙ୍କର ସାଲୁନ ଓ ସ୍ପା ପ୍ରତି ଅଧିକ ଗୁଚି ରହିଥିଲେ ମଧ୍ୟ ଗୋଟିଏ ସ୍ଥାନରେ ସେମାନଙ୍କୁ ସମସ୍ତ ସୁବିଧା ମିଳିପାରୁନି। ଯୁବପିଢୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଙ୍ଗଓ୍ବେଲ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବ । ଏଠାରେ ସମସ୍ତ ପ୍ରକାରର ଚର୍ମ,କେଶ ଓ ଶରୀର ସମ୍ବନ୍ଧୀୟ ସମସ୍ୟାର ସର୍ଭିସ ପାଇପାରିବେ । ଏହା ସହ ସମସ୍ତ ପ୍ରକାରର ସାଲୁନ ଓ ସ୍ପାର ସର୍ଭିସ ରହିଛି । ସବୁଠାରୁ ବଡ଼ କଥା ହେଲା ଗ୍ରାହକଙ୍କୁ ଏଠାରେ କେବଳ ସର୍ଭିସ୍ ମିଳିବ ତାହା ନୁହେଁ ସେମାନଙ୍କୁ ଉପଯୁକ୍ତ ଟ୍ରେନି° ମଧ୍ୟ ଦିଆଯିବ । ଯେଉଁମାନେ ଚାହିଁବେ ଏଠାରେ ୯୦ ଓ ୧୬୦ ଦିନର ଟ୍ରେନିଂ ନେଇପାରିବେ । ଟ୍ରେନିଂ ଶେଷ ହେବାପରେ ସେମାନଙ୍କୁ ସାର୍ଟିଫିକେଟ ସହ ବିଭିନ୍ନ କମ୍ପାନୀରେ ଚାକିରୀ ସୁଯୋଗ ସହ ବେତନ ମିଳିବ । ସ୍ବଳ୍ପ ମୂଲ୍ୟରେ ଏହିସବୁ ସୁବିଧା ଏଠାରେ ଉପଲବ୍ଧ ହେବ । ୨୦ ଜଣ ଦକ୍ଷ ଟ୍ରେନର ଗ୍ରାହକଙ୍କୁ ଟ୍ରେନି° ସହ ସର୍ଭିସ୍ ଯୋଗାଇ ଦେବେ । ଏହା ପ୍ରଥମ ଶାଖା ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସହରମାନଙ୍କରେ ଶାଖା ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରତିଷ୍ଠାତା ହେମଲତା ପାଢୀ ଉପସ୍ଥିତ ରହିଥିଲେ।