BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୋମବାର ଠାରୁ ଗଡିଵ ମୋ ବସ୍।

ଭୁବନେଶ୍ୱର,୧୫।୭: ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବା ସହ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ଏହାକୁ ଦେଖି କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଯାତ୍ରୀମାନଙ୍କୁ ପୂର୍ବପରି ସେବା ଯୋଗାଇ ଦିଆଯିବ ବୋଲି ଗୁରୁବାର ସୂଚନା ଦିଆଯାଇଛି। ଆସନ୍ତା ସୋମବାର ଜୁଲାଇ ୧୯ ତାରିଖରୁ ରାଜଧାନୀରେ ସମ୍ପୂର୍ଣ୍ଣ ରୂପେ ମୋ ବସ୍‌ ଚଳାଚଳ କରିବ। ତେବେ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ପୂର୍ବପରି ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ରେଳ ଷ୍ଟେଶନରୁ କଟକ ଏବଂ ଖୋର୍ଦ୍ଧା ରେଳ ଷ୍ଟେଶନକୁ ସେବା ଯୋଗାଇ ଦିଆଯିବ। ସେହିପରି ବିମାନବନ୍ଦରରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଶଟଲ୍‌ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ୫ରୁ ରାଜ୍ୟରେ ବସ୍‌ ଚଳାଚଳ ଉପରେ କଟକଣା ଲାଗିଥିଲା। ଏଣୁ ଭୁବନେଶ୍ୱରବାସୀ ମୋ’ ବସ୍‌ ସେବାରୁ ବଞ୍ଚିତ ହୋଇଥିଲେ