BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡ଼ିଶାକୁ ମିଳିବ ୪୬,୨୫୧ କୋଟି

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକବର୍ଷରେ କେନ୍ଦ୍ରୀୟ ଟିକସ ଓ ଶୁଳ୍କ ବାବଦ ଅଂଶଧନ ଆକାରରେ ଓଡ଼ିଶା ୪୬,୨୫୧ କୋଟି ଟଙ୍କା ପାଇବ। ୨୦୨୨-୨୩ ତୁଳନାରେ ଏହା ହେଉଛି ୩,୨୬୧ କୋଟି ଟଙ୍କା ଅଧିକ। କେନ୍ଦ୍ର ସରକାର ମୋଟ ୧୦.୨୧ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକ ପାଇଁ ବଜେଟରେ ଆବଣ୍ଟନ କରିଛନ୍ତି। କେନ୍ଦ୍ରୀୟ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଓଡ଼ିଶାକୁ ୧୪,୯୫୫ କୋଟି ଟଙ୍କା ମିଳିବାକୁ ଥିବାବେଳେ କର୍ପୋରେଶନ୍‌ ଟ୍ୟାକ୍ସ ଆକାରରେ ୧୪,୮୦୩ କୋଟି ଟଙ୍କା ଦିଆଯିବ। ସେହିପରି ୧୪,୪୧୦ କୋଟିର ଆୟକର, ୧,୪୬୭ କୋଟିର ସୀମାଶୁଳ୍କ, ୬୨୪ କୋଟିର ଅବକାରୀ ଟିକସ ଏବଂ ସର୍ଭିସ୍‌ ଟ୍ୟାକ୍ସ ବାବଦରେ ୯.୨୮ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯିବ। ୨୦୨୨-୨୩ ଆର୍ଥିକବର୍ଷରେ ରାଜ୍ୟକୁ ୪୨,୯୮୯.୩୩ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିବା ଆକଳନ ସମୀକ୍ଷା ପରେ ଜଣାପଡ଼ିଛି।
ପଞ୍ଚଦଶ ଅର୍ଥ କମିଶନ୍‌ କେନ୍ଦ୍ରୀୟ ଟିକସର ୪୧% ରାଜ୍ୟଗୁଡ଼ିକୁ ଅଂଶ ବାବଦରେ ପ୍ରଦାନ ପାଇଁ ସ୍ଥିର କରିଥିଲେ। କମିଶନ୍‌ଙ୍କ ସୁପାରିସ ଅନୁଯାୟୀ ସରକାର ଏହି ଅର୍ଥ ଆବଣ୍ଟନ କରିଛନ୍ତି। ତଦନୁସାରେ କେନ୍ଦ୍ରୀୟ ଟିକସ ଅଂଶ ବାବଦରେ ଓଡ଼ିଶା ୪.୫୨୮% ପାଇବାକୁ ଯୋଗ୍ୟ। ଅନ୍ୟପକ୍ଷେ ଉତ୍ତର ପ୍ରଦେଶ ସର୍ବାଧିକ ପ୍ରାୟ ୧୮% ଆକାରରେ ୧, ୮୩,୨୩୭.୫୯ କୋଟି ଟଙ୍କା ପାଇବ।