BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରକ୍ତ ସମ୍ପର୍କ ହେଲା ଘାତକ, ଭାଇ-ଭଉଣୀ ମିଶି ମଝିଆ ଭଉଣୀଙ୍କୁ କଲେ ହତ୍ୟା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅଧୀନ ମଝିପଡ଼ା ଗ୍ରାମରେ ଘଟିଛି ଏକ ମନକୁ ବିସ୍ମୟ କରି ଦେଇଦେଇଥିବା ଓ ମାନବିକତାକୁ ଲଜ୍ଜାରେ ପକାଇଦେଇଥିବା ଘଟଣା। ଏଠାରେ ସାନ ଭାଇ ଓ ବଡ଼ ଭଉଣୀ ମିଶି ମଝିଆ ଭଉଣୀଙ୍କୁ ହତ୍ୟା କରିଦେଇଛନ୍ତି। ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଉପଲକ୍ଷେ ଘରକୁ ଆସିଥିଲେ ସମସ୍ତ ଭାଇ-ଭଉଣୀ। କିନ୍ତୁ ଘରେ ପ୍ରବେଶ କରିବା ପରେ କୌଣସି କାରଣକୁ ନେଇ ଭାଇ ଓ ବଡ଼ ଭଉଣୀ ମଝିଆ ଭଉଣୀଙ୍କ ସହିତ ଝଗଡା ହୋଇଥିଲା। ବିବାଦ ଏପରି ଆକାର ନେଇଥିଲା ଯେ, ଶେଷରେ ଭାଇ ଓ ବଡ଼ ଭଉଣୀ ମିଶି ମଝିଆ ଭଉଣୀଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର ପରେ ତଦନ୍ତ ପାଇଁ ପଠାଇଛି। ଏହି ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝାପଡା ଗୁଣ୍ଡିଚାମନ୍ଦିର ସମ୍ମୁଖରେ ବଡ଼ ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଜମିବାଡି ବିବାଦକୁ ନେଇ ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ( ୪୫) ଓ ସାନ ଭାଇ ଗୋଲକ ସାହୁ(୩୦) ମିଶି ମଝିଆ ଭଉଣୀଲୀନା ସାହୁ (୪୦)ଙ୍କୁ ଛୁରି ଭୂସି ହତ୍ୟା କରିଛନ୍ତି। ମୃତା ମଝିଆ ଭଉଣୀ ଲୀନା ସାହୁ (୪୦) ମହୁଲପାଲି ଥାନା ସୋଲବଗାରେ ବିବାହ କରିଥିବା ଜଣାପଡିଛି।

ଘଟଣାସ୍ଥଳରେ ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା, କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ କୁମାର ଦାସ ଓ ସମ୍ବଲପୁରର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକଙ୍କ ବଡ଼ବାପା ପୁଅ ପ୍ରଭୁଦତ୍ତ ସାହୁ ଓରଫ ଅରକ୍ଷିତଙ୍କ ରିପୋର୍ଟ କ୍ରମେ ପୋଲିସ ଗୋବିନ୍ଦପୁର ଥାନାରେ ଦଫା ୧୦୩(୧)/୩(୫)ବିଏନଏସ (ନଂ.୬୭/୨୫)ମାମଲା ରୁଜୁ କରି ମୃତଦେହ ଜବତ କରି ଗୋବିନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ କରାଇଛି।

ସୂଚନା ଅନୁଯାୟୀ, ବାମରା ଗୋବିନ୍ଦପୁରର ବିନୋଦ ସାହୁଙ୍କ ୨ ଝିଅ ଏବଂ ଗୋଟିଏ ପୁଅ। ବଡ଼ ଝିଅ ଓ ପୁଅ ଅବିବାହିତ ଥିବା ବେଳେ ମୃତା ମଝିଆ ଝିଅ ଲୀନା କେଶାଇବାହାଲ ନିକଟସ୍ଥ ସୋଲବଗାରେ ବିବାହ କରିଛନ୍ତି। ହେଲେ କୌଣସି କାରଣରୁ ଲୀନା ବାପଘରେ ରହୁଥିଲେ। ସେ ସମ୍ବଲପୁରର ଏକ ଜୁଏଲେରି ଦୋକାନରେ ଚାକିରି କରି ସେଠାରେ ରହୁଥିଲେ। ପରେ ବାପାଙ୍କ ଜମିବାଡି ସମ୍ପତ୍ତିରୁ ଭାଗ ସେ ମାଗିଥିଲେ।

ବଡ଼ ଭଉଣୀ ପୁଷ୍ପାଞ୍ଜଳି ଓ ସାନ ଭାଇ ଗୋଲକ ଅବିବାହିତ ଥିବାରୁ ଭାଗବଣ୍ଟା ନେଇ ତିନି ଭାଇ ଭଉଣୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏନେଇ ଲୀନା କୁଚିଣ୍ଡା କୋର୍ଟରେ ସମ୍ପତ୍ତି ଭାଗ ପାଇଁ କେସ୍‌ କରିଛନ୍ତି ଏବଂ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହାକୁ ନେଇ ଲୀନା ସହ ହତ୍ୟାକାରୀ ଭଉଣୀ ଓ ଭାଇଙ୍କ ମଧ୍ୟରେ ଶତ୍ରୁତା ବଢିଚାଲିଥିଲା। ଲୀନା ବଡବାପା ଅରକ୍ଷିତଙ୍କ ବାପାଙ୍କ ରବିବାର ଶୁଦ୍ଧିକ୍ରିୟା ଚାଲିଥିଲା। ଲୀନା ବଡବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ। ତାଙ୍କୁ ଦେଖି ପୂର୍ବାହ୍ନ ପ୍ରାୟ ୧୧ଟା ୧୦ରେ ଗୋଲକ ଓ ପୁଷ୍ପାଞ୍ଜଳୀ ଲୀନାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଲୀନା ସଂଜ୍ଞାହୀନ ହୋଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ। ଶୁଦ୍ଧିକ୍ରିୟାରେ ଉପସ୍ଥିତ ବନ୍ଧୁ ବାନ୍ଧବ ଏହାଦେଖି ତୁରନ୍ତ ଗୋବିନ୍ଦପୁର ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଭିଯୁକ୍ତ ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ( ୪୫) ଏବଂ ସାନ ଭାଇ ଗୋଲକ ସାହୁ(୩୦)ଙ୍କୁ ପୋଲିସ ଗିରଫ ପରେ କୁଚିଣ୍ଡା ଏସଡିଜେମ୍‌ କୋର୍ଟକୁ ଚାଲାଣ କରିଛି ଏବଂ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ରିପୋର୍ଟ: ଶୁଭସ୍ମିତା ପ୍ରଧାନ