BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଅଳ୍ପ ବର୍ଷାରେ ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡ଼ା ନିକଟରେ ଅବସ୍ଥିତ ମାଣ୍ଡିଆଜୋର ପୋଲ ଅଳ୍ପ ବର୍ଷାରେ ବୁଡିଯାଇଥିବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତାରେ ପକାଇଦେଇଛି। ମଙ୍ଗଳବାର ରାତିରେ ହୋଇଥିବା ବର୍ଷା ପରେ ବୁଧବାର ସକାଳରୁ ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖାଯାଇଛି।

ଏହି ପରିସ୍ଥିତି ପରିଣାମସ୍ୱରୂପ ଘଣ୍ଟାପଡ଼ା ଠାରୁ ରେକଡୋଲ ପର୍ଯ୍ୟନ୍ତ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାନବାହାନ ଉଭୟ ପାର୍ଶ୍ୱରେ ଅଟକି ରହିଛି। ଏହି ପରିସ୍ଥିତିରେ ଲୋକେ ଦୁଃସାହସିକ ଭାବେ ଯାତାୟାତ କରୁଥିବା ବେଳେ କିଛି ଛୋଟ ଛୁଆ ମାନେ ପାଣି ଭିତରେ ପଶି ପୋଲ ପାର କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷା ଋତୁ ଆରମ୍ଭ ହେବା ସହିତେ ଏହି ପୋଲ ଉପରେ ପାଣି ଚାଲିବା ଘଟଣା ପ୍ରତିବର୍ଷ ଦେଖାଯାଉଛି। ଏନେଇ ସେମାନେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି।

ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଲୋକେ ମେଡିକାଲ, ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାରେ ଅସୁବିଧା ଅନୁଭବ କରୁଛନ୍ତି। ଗ୍ରାମବାସୀ ଦାବି କରିଛନ୍ତି ଯେ, ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପୋଲ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତ୍ୱରିତ ବ୍ୟବସ୍ଥା ନିଅନ୍ତୁ।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ