BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାଜପା ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଝାରସୁଗୁଡା ,୮।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତା ୩୧ତାରିଖରେ ନିର୍ବାଚନ ହେବ। ଏହାକୁ ନେଇ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ପକ୍ଷରୁ ପ୍ରାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଜପାରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବହୁ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବା ଦୌଡରେ ରହିଥିଲେ। ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦଳୀୟ କେନ୍ଦ୍ରୀୟ ପ୍ରାର୍ଥୀ ଚୟନ କମିଟି ରବିବାର ପୂର୍ବତନ ବିଧାୟିକା ରାଧାରାଣୀଙ୍କ ନାମ ପ୍ରାର୍ଥୀଭାବେ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ହେବାପରେ ଏବେ ଦଳୀୟ ନେତୃବୃନ୍ଦ ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ରାଧାରାଣୀ ଦଳରୁ ପ୍ରାର୍ଥୀ ହୋଇ ଲଢେଇରେ ଦ୍ବିତୀୟ ସ୍ଥାନରେ ରହିଥିଲେ । ଏଥର ସେ ଉପନିର୍ବାଚନରେ ବିଜୟୀ ହେବାପାଇଁ ଆଶା ରଖିଛନ୍ତି ।