BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଶବ ବ୍ୟବଚ୍ଛେଦ ବେଳେ ମସ୍ତିଷ୍କରୁ କିପରି ମିଳେ ତଥ୍ୟ ଜାଣନ୍ତୁ।

ଓ୍ବାଶିଂଟନ, : ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍‌ ହଠାତ୍‌ ଅଧିକ ସକ୍ରିୟ ହୋଇ ଉଠିଥାନ୍ତି। ଏନେଇ ଆମେରିକାର ସିକାଗୋଠାରେ ଥିବା ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷ୍ଟ୍ରୋକ୍‌ ପରେ ପରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣରେ ସୃଷ୍ଟି ହେଉଥିବା ବାଧା ଦୂର କରିବା ଲାଗି ଗ୍ଲିଆଲ୍‌ ସେଲ୍‌ରେ ଥିବା ଜୋମ୍ବି ଜିନ୍‌ ନାମକ ଏକ ପ୍ରକାର ଜିନ୍‌ କାର୍ଯ୍ୟ ଆରମ୍ଭ କରିଥାଏ। ଏହା ମସ୍ତିଷ୍କରେ ଜମି ରହିଥିବା ମଇଳା ସଫାକୁ ପ୍ରାଥମିକତା ଦେଇଥାଏ। ତେଣୁ ମୃତ୍ୟୁ ପରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ନ ହେଉଥିବାରୁ ଏହି ଜିନ୍‌ ନିଜର କାମ ଆରମ୍ଭ କରିବା ସହିତ ବେଶ୍‌ ସକ୍ରିୟ ହୋଇ ଉଠିଥାଏ। ଗ୍ଳିଆଲ୍‌ ସେଲ୍‌ର ସଂଖ୍ୟା ମୃତ୍ୟୁରେ ବଢ଼ିବାରେ ଲାଗିଥାଏ। ଏହି ସେଲ୍‌ରେ ସୁକ୍ଷ୍ମ ଚେର ଭଳି ଆପେଣ୍ଡିଜ୍‌ର ବିକାଶ ହୋଇଥାଏ ବୋଲି ପ୍ରଫେସର ଡାକ୍ତର ଜେଫ୍ରେ ଲୋଏବ୍‌ ସୂଚନା ଦେଇଛନ୍ତି। ଏହି ସେଲ ଏବଂ ଜିନ୍‌ ୨୪ ଘଣ୍ଟା ଯାଏଁ ସକ୍ରିୟ ରହିଥାନ୍ତି। ତେବେ ଏହାଦ୍ୱାରା ମୃତଦେହ ବ୍ୟବଚ୍ଛେଦରେ ବହୁ ସୁବିଧା ହେବା ସହିତ ମସ୍ତିଷ୍କରୁ ମୃତ୍ୟୁକାଳୀନ ବହୁ ତଥ୍ୟ ମିଳିପାରିଥାଏ ବୋଲି ସେ କହିଛନ୍ତି।