BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ତପସ୍ବିନୀ ଓ ସୁମିତ ଏକାଠିର ୭ ଦିନ ପରେ

ବ୍ରହ୍ମପୁର,୯/୧୨ : କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପୂର୍ବରୁ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଡିସେମ୍ବର ୯ ତାରିଖରେ ହୋଇଥିବା ଶୁଣାଣୀରେ କୋର୍ଟ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଏକାଠି ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ଆସ୍କାରେ ଏକ ଭଡାଘରେ ଦୁଇ ଜଣ ଏକାଠି ରହିବା ପାଇଁ ନିର୍ଦେଶ ଦିଆଯାଇଛି।

ତପସ୍ୱିନୀ  ୧୦ ଦିନ ଧରି   ତାଙ୍କ ଡାକ୍ତର ସ୍ୱାମୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ସହ ମାର୍ଗଶୀର ମାସ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିଥିଲେ । କୋର୍ଟ ମଧ୍ୟ ଏହି ମାମଲାର ଶୁଣାଣୀ ଚାଲିଥିଲା। କୋର୍ଟ ସେମାନଙ୍କୁ ୭ ଦିନ ଏକାଠି ରହିବା ପାଇଁ ନିର୍ଦେଶ ଦେଇଥଲେ । ମାତ୍ର ହଠାତ୍‌ ଭଡାଘର ଠିକ୍‌ ହୋଇ ନପାରିବାରୁ ତାଙ୍କୁ ଆସ୍କା ଚିନିକଳର ଅତିଥି ଭବନରେ ରଖାଯାଇଥିଲା । ଏବେ ଏକ ଭଡା ଘରେ ସେମାନଙ୍କୁ ରଖାଯିବ। ଆସନ୍ତା ମାସ ୧୭ ତାରିଖରେ ରେ ପରବର୍ତ୍ତୀ ଶୁଣାଣୀ ହେବ ।
ଆସିକା ଥାନା ଅଧିକାରୀ ସୁରକ୍ଷା ଅଧିକାରୀ ପ୍ରତି ସାତ ଦିନରେ କୋର୍ଟଙ୍କୁ ସେମାନଙ୍କ ବିଷୟରେ ରିପୋର୍ଟ ଦେବେ । ଏହି ସମୟରେ ଉଭୟଙ୍କ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ । ସୁମିତଙ୍କ ପରିବାର ଲୋକଙ୍କୁ ୭ ଦିନ ମଧ୍ୟରେ ପକ୍ଷ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆସିକା ପୁଲିସ ଉଭୟ ତପସ୍ୱିନୀ ଓ ସୁମିତଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ।