BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ରେମିକାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଅଭିନବ ଉପାୟ ଆପଣାଇଥିଲେ ପ୍ରେମିକ, ପଠାଇଲେ ୩୦୦ଟି ‘ସିଓଡି’ ପାର୍ସଲ

କୋଲକାତା: ବ୍ରେକ-ଅପ୍ ହେବା ପରେ ପୂର୍ବତନ ପ୍ରେମିକାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏକ ଅଭିନବ ଉପାୟ ଆପଣାଇଥିଲେ। ଯାହା ପାଇଁ ତାଙ୍କୁ ଏବେ ପୁଲିସ୍‌ ଗିରଫ କରିଛି। ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କ ନିକଟକୁ ଗତ ୪ ମାସ ମଧ୍ୟରେ ୩୦୦ଟି କ୍ୟାସ୍‌-ଅନ୍‌-ଡେଲିଭରି (ସିଓଡି) ପାର୍ସଲ ପଠାଇଥିବା ଅଭିଯୋଗ ହୋଇଛି। ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ହଇରାଣ କରିବା ପାଇଁ ଏପରି ଉପାୟ ଆପଣେଇଥିଲେ ବୋଲି ପୁଲିସ୍‌ ସମ୍ମୁଖରେ ସ୍ବୀକାର କରିଛନ୍ତି।

ସୁମନ ସିକଦାର ନାମକ ୨୫ ବର୍ଷୀୟ ଯୁବକଙ୍କୁ କୋଲକାତାର ଲେକ୍ ଟାଉନ୍ ଅଞ୍ଚଳରେ ରହୁଥିବା ତାଙ୍କ ପୂର୍ବତନ ପ୍ରେମିକା ତଥା ଜଣେ ବ୍ୟାଙ୍କ କାର୍ଯ୍ୟନିର୍ବାହୀଙ୍କୁ ହଇରାଣ କରିବା ଅଭିଯୋଗରେ କୋଲକାତା ପୁଲିସ ଗିରଫ କରିଛି।

୨୦୨୪ ମସିହା ନଭେମ୍ବର ମାସରେ ଦମ୍ପତିଙ୍କ ସମ୍ପର୍କ ଭାଙ୍ଗିବା ପରେ ଯୁବତୀଙ୍କ ନିକଟକୁ ଗୋଟାଏ ପରେ ଗୋଟାଏ ପାର୍ସଲ ପହଞ୍ଚିବା ଆରମ୍ଭ ହୋଇ ଯାଇଥିଲା। ଯାହାଫଳରେ ଯୁବତୀ ଜଣକ ଟଙ୍କା ଦେଇ ପାର୍ସଲ ରଖି ରଖି ଥକି ପଡ଼ିଥିଲେ।

ଅନାବଶ୍ୟକ ପ୍ୟାକେଟଗୁଡ଼ିକ ବାରମ୍ବାର ଆସି ତାଙ୍କ ଘରେ ପହଞ୍ଚିବାରୁ ସେ ବିରକ୍ତ ହୋଇ ପଡ଼ଥିଲେ। ତାଙ୍କ ନିକଟକୁ ଆମାଜନ୍‌, ଫ୍ଲିପ୍‌କାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମରୁ ପାର୍ସଲ ସବୁ ଆସୁଥିଲା।

ସେ ମାର୍ଚ୍ଚ ୨୦୨୫ ରେ ଏକ ପୁଲିସ ଅଭିଯୋଗ ଦାୟର କରିଥିଲେ, ଯାହା ପରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା ଏବଂ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ନାଦିଆ ବାସିନ୍ଦା ସିକଦାରଙ୍କର କାରନାମାର ପର୍ଦ୍ଦାଫାସ ହୋଇଥିଲା।