BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବୌଦ୍ଧ ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ୍) ନିଲମ୍ବିତ

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ୍) ଗିରିଶ ଚନ୍ଦ୍ର ପୁରୋହିତ ଆଜି କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ଚାଷୀ ପଞ୍ଜିକରଣ ଭଳି ଗୁରୁତ୍ଵପୂର୍ଣ୍ଣ ସମୟରେ ବିନା ଅନୁମତିରେ ଭ୍ରମଣ ପାଇଁ ଥାଇଲାଣ୍ଡ ଗସ୍ତରେ ଯାଇଥିବା ଅଭିଯୋଗରେ ତାଙ୍କୁ ସମବାୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ସମୟରେ ଭୁବନେଶ୍ଵର ସମବାୟ ସମିତି ସମୂହ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଙ୍କର ମୁଖ୍ୟାଳୟ (ହେଡ୍ କ୍ଵାର୍ଟର୍) ସ୍ଥିର କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।

ସୂଚନାଯୋଗ୍ୟ, ଚାଷୀ ପଞ୍ଜିକରଣ ଭଳି ଗୁରୁତ୍ଵପୂର୍ଣ୍ଣ ସମୟରେ ଅସୁସ୍ଥତା ଦେଖାଇ ୬ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ର ସମ୍ପାଦକ ଏବଂ ବୌଦ୍ଧ ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି ସମୂହ (ଡିଆରସିଏସ୍) ୮ ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଛୁଟିରେ ରହିଥିଲେ । ମାତ୍ର ସାମାଜିକ ଗଣମାଧ୍ୟମ ପୋଷ୍ଟରୁ ଜଣାପଡ଼ିଥିଲା ଯେ, ସେମାନେ ଅସୁସ୍ଥ ନଥିଲେ ବରଂ ଥାଇଲାଣ୍ଡ ବୁଲିବା ପାଇଁ ଯାଇଥିଲେ ।

ଏହି ଘଟଣାରେ ପୂର୍ବରୁ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧର ପାକ୍ସ ସମ୍ପାଦକ ଦେବାଶିଷ ମିଶ୍ର, ଲୁଣିବାହଲ ପାକ୍ସ ସମ୍ପାଦକ ସଂଜୀବ କୁମାର ପ୍ରଧାନ, ବୌଦ୍ଧ ପାକ୍ସ ସମ୍ପାଦକ ସତ୍ୟଜିତ କର ନିଲମ୍ବିତ ହୋଇଥିଲେ । ସେହିପରି ସୋନପୁର ଜିଲ୍ଲାର ଲଛିପୁର ପାକ୍ସ ସମ୍ପାଦକ ମଞ୍ଜୟ ଧରୁଆ, ମୟୁରଉଡାନ ପାକ୍ସ ସମ୍ପାଦକ ଧନେଶ୍ଵର ସାହୁ, ରେଙ୍ଗାଲି ପାକ୍ସ ସମ୍ପାଦକ ଅର୍ଜୁନ ପୂଜାରୀ ଏହି ଘଟଣାରେ ନିଲମ୍ବିତ ହୋଇଥିଲେ ।