ମୁମ୍ବାଇ : ବଲିଉଡ୍ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ବୃହନ୍ମୁମ୍ବାଇ ମହାନଗର ପାଳିକା (BMC-( Brihanmumbai Municipality Corporation ) ) ତରଫରୁ ଏକ ନୋଟିସ୍ ଜାରି କରାଯାଇଛି। ମୁମ୍ବାଇର ମଲାଡ ଅଞ୍ଚଳର ଏରଙ୍ଗଲ ଗାଁରେ ଥିବା ତାଙ୍କ ଏକ ଫ୍ଲାଟର ତଳ ମହଲାରେ ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ହେବା ଅଭିଯୋଗ ଉଠିଛି। ଏ ସମ୍ପର୍କରେ, BMC ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି। ତଥାପି, ଏପର୍ଯ୍ୟନ୍ତ ମିଥୁନ ଚକ୍ରବର୍ତ୍ତୀ କିମ୍ବା ତାଙ୍କ ପକ୍ଷରୁ ଏ ମାମଲାରେ କୌଣସି ପ୍ରତିକ୍ରିୟା ମିଳିନାହିଁ।
BMC ଅଧିକାରୀଙ୍କ କହିବା ଅନୁଯାୟୀ ଏହି ନିର୍ମାଣକୁ ବେଆଇନ ମନାଯାଇଛି ଓ ଏହା ବିପରୀତ ଥିବା ଦର୍ଶାଇ ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ନୋଟିସ୍ରେ ତାଙ୍କୁ ଏହି ବେଆଇନ ନିର୍ମାଣ ବାବଦରେ ସଠିକ୍ ବ୍ୟାଖ୍ୟା ଦେବା ପାଇଁ ଅନୁରୋଧ କରାଯାଇଛି। ଯଦି ସେ ଉତ୍ତର ନ ଦିଅନ୍ତି କିମ୍ବା ଉପଯୁକ୍ତ କାରଣ ଦର୍ଶାଇପାରିବେ ନାହିଁ, ତାହେଲେ BMC ଏହି ଅଂଶକୁ ଭାଙ୍ଗିଦେବା ପାଇଁ ପଦକ୍ଷେପ ନେବ।
କେବଳ ଏତିକି ନୁହେଁ, BMC ଏହି ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛି। ଏହା କେବଳ ଏକ ମାମଲା ନୁହେଁ। BMC ମଡ୍ ଅଞ୍ଚଳରେ ୧୦୦ରୁ ଅଧିକ ବେଆଇନ ନିର୍ମାଣ ଚିହ୍ନଟ କରିଛି। ଏଥିରେ ଭୁଲ ନକ୍ସା ଆଧାରରେ ନିର୍ମିତ କିଛି ବଙ୍ଗଳା ମଧ୍ୟ ଅନ୍ତର୍ଭୁକ୍ତ। ଅଧିକାରୀମାନେ କହିଛନ୍ତି ଯେ, ସେମାନେ ମେ ଶେଷ ସୁଦ୍ଧା ଏହି ସମସ୍ତ ବେଆଇନ କୋଠା ଭାଙ୍ଗିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ପୁଣି ଥରେ BMCର ବୁଲଡୋଜର ଅନେକ ବେଆଇନ ନିର୍ମାଣ ଉପରେ ଚାଲିବ।
ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନର ଧାରା ୩୫୧(୧ଏ) ଅନୁଯାୟୀ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ BMC ଏକ ନୋଟିସ୍ ପଠାଇଛି। କୁହାଯାଉଛି ଯେ ତାଙ୍କୁ ମେ ୧୦ ତାରିଖରେ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା ଯେଉଁଥିରେ ଅଭିନେତାଙ୍କୁ ୧ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଥିଲା। ଅଭିନେତାଙ୍କୁ ବୁଝାଇବାକୁ ପଡିବ ଯେ ଏହି ବେଆଇନ ନିର୍ମାଣ ଉପରେ କାହିଁକି ଆକ୍ସନ ନିଆଯିବ ନାହିଁ।
ଅଧିକାରୀମାନେ କହିଛନ୍ତି ଯେ ଏରଙ୍ଗଲ ଗାଁର ହୀରା ଦେବୀ ମନ୍ଦିର ନିକଟରେ ଯାଞ୍ଚ ସମୟରେ ଅନେକ ବେଆଇନ ନିର୍ମାଣ ମିଳିଛି। ସେଠାରେ ଦୁଇରୁ ଅଧିକ ମେଜେନାଇନ୍ ମହଲା, ଗୋଟିଏ ଭୂତଳ ମହଲା କୋଠା ଏବଂ ଇଟା, କାଠ, କାଚ ଏବଂ ଏସି ସିଟ୍ରେ ତିଆରି ତିନୋଟି ଅସ୍ଥାୟୀ କୁଡ଼ିଆ ଥିବା କୋଠା ମଧ୍ୟ ମିଳିଛି। ଏସବୁ ବିନା ଅନୁମତିରେ ତିଆରି କରାଯାଇଛି।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ