BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରକୁ ପ୍ରଶଂସା

ଭୁବନେଶ୍ୱର : ସ୍ବଚ୍ଛତା କ୍ଷେତ୍ରରେ ସମଗ୍ର ଦେଶରେ ଭୁବନେଶ୍ବର ଏକ ଉଦାହରଣ ପାଲଟିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଦ୍ବାରା ସହରରେ ନିୟମିତ ସଫେଇ ହେଉଥିବାବେଳେ ଏହା ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ନିଜର ଶୀର୍ଷ ପ୍ରଦର୍ଶନ ଦର୍ଶାଉଛି। ବିଏମ୍‌ସି ଦ୍ବାରା ରାସ୍ତାରେ ନିୟମିତ ସଫେଇ କରାଯାଉଛି। ଯାହାକି ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ଲାଗି ଉଦାହରଣ ବୋଲି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ (ଅର୍ବାନ) ପକ୍ଷରୁ ପ୍ରକାଶ ପାଇଛି। ଏହି କ୍ରମରେ ସ୍ବଚ୍ଛ ଭାରତ ମିଶନ (ଅର୍ବାନ) ପକ୍ଷରୁ ଟୁଇଟ୍‌ କରି ବିଏମ୍‌ସିକୁ ପ୍ରଶଂସା କରାଯାଇଛି। ଜାନୁୟାରୀରେ ସ୍ବଚ୍ଛ ସର୍ବେକ୍ଷଣର ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ବର ଗସ୍ତରେ ଆସିଥିଲେ। ତେବେ ସର୍ବେକ୍ଷଣ ଟିମ୍‌ ଦିଲ୍ଲୀ ଫେରିବା ପରେ ବିଏମ୍‌ସିକୁ ପ୍ରଶଂସାର ସୁଅ ଛୁଟୁଛି। ହକି ବିଶ୍ବକପର ଆୟୋଜନ ସମୟରେ ବିଏମ୍‌ସି ଦ୍ବାରା କଳିଙ୍ଗ ଷ୍ଟାଡିୟମ ଓ ଖେଳାଳିଙ୍କ ରହିବା ସ୍ଥାନରେ ନିଆଯାଇଥିବା ପରିମଳ ବ୍ୟବସ୍ଥା ସହ ସହର ପରିମଳ ପ୍ରତି ଦିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ ଲାଗି ବିଏମ୍‌ସି ପ୍ରଶଂସିତ ହୋଇଥିଲା। ପରେ ନିର୍ମାଣାଧୀନ ବର୍ଜ୍ୟ ଉଠାଇବା ଓ ତା’ର ପ୍ରକ୍ରିୟାକରଣ ଲାଗି ସ୍ଥାନ ଚିହ୍ନଟ ପାଇଁ, ଜଟାୟୁ ମେଶିନ ସହାୟତାରେ କଣ୍ଟାକ୍ଟଲେସ୍‌ ଗାର୍ବେଜ ଲିଫ୍ଟିଂ ଲାଗି ମଧ୍ୟ ବିଏମ୍‌ସିକୁ ସ୍ବଚ୍ଛ ସର୍ବେକ୍ଷଣ ସଂସ୍ଥା ପ୍ରଶଂସା କରିଛି। କେବଳ ଫେବୃୟାରୀରେ ବିଏମ୍‌ସି ୩ଥର ପ୍ରଶଂସା ସାଉଁଟି ସାରିଲାଣି। ତେଣୁ ଚଳିତ ବର୍ଷ ସ୍ବଚ୍ଛତା ସର୍ବେକ୍ଷଣରେ ବିଏମ୍‌ସି ଭଲ ପ୍ରଦର୍ଶନ କରିବ ବୋଲି ଅଧିକାରୀଙ୍କ ମହଲରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି। ବିଏମ୍‌ସି ପରିମଳ ବିଭାଗ ଉପଆୟୁକ୍ତ ଶୁଭେନ୍ଦୁ ସାହୁ କହିଛନ୍ତି, ସହରକୁ ସ୍ବଚ୍ଛ ରଖିବା ଲାଗି ବିଏମ୍‌ସି ତା’ର ଆଭିମୁଖ୍ୟ ସ୍ପଷ୍ଟ ରଖିଛି। ସହର ପରିମଳ ବ୍ୟବସ୍ଥା ସୁଧାରିବାକୁ ବିଏମ୍‌ସି ବିଭିନ୍ନ ପଦକ୍ଷେପ ନେଉଛି। ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବା ସହ ପ୍ରତ୍ୟେକ ୱାର୍ଡ ଅଳିଆ ଉକ୍ତ ୱାର୍ଡରେ ପ୍ରକ୍ରିୟାକରଣ କରିବାକୁ ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌ର ନିର୍ମାଣ କରାଯାଉଛି। ଏବେସୁଦ୍ଧା ଭୁବନେଶ୍ବରରେ ୩୪ଏମ୍‌ସିସି ଓ ୧୭ଟି ଏମ୍‌ଆର୍‌ଏଫ୍‌ କାର୍ଯ୍ୟକ୍ଷମ ରହିଛି। ଲୋକଙ୍କୁ ପୃଥକ କରି ଅଳିଆ ଦେବାକୁ ସଚେତନ କରାଯାଉଛି। ଘରକୁ ଘର ବୁଲି ସ୍ବଚ୍ଛସାଥୀ ଓ ୱେଷ୍ଟ ପିକର୍ସ ପୃଥକ ଅଳିଆ କିପରି ଦେବେ, ଘରେ ନିହାତି ୨ଟି ଡଷ୍ଟବିନ ରଖିବା ପାଇଁ ସଚେତନ କରାଯାଉଛି। ଆଉ କିଛି ଦିନ ଲୋକଙ୍କୁ ଏପରି ସଚେତନ କରାଯିବା ପରେ ବିଏମ୍‌ସି ତା’ର ସ୍ବଚ୍ଛତା ଆଭିମୁଖ୍ୟକୁ ବ୍ୟାପକ କରିବା ସହ ନିଜର କଠୋର ଆଭିମୁଖ୍ୟ ଦେଖାଇବ ବୋଲି ସାହୁ କହିଛନ୍ତି।