BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାର୍କିଂ ପାଇଁ ବିଏମସିର କଡ଼ା ଚେତାବନୀ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଦିନକୁ ଦିନ ଯାନବାହାନ ସଂଖ୍ୟା ବଢ଼ୁଥିବାବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି। କେଉଁ କାରଣରୁ ଟ୍ରାଫିକ ସମସ୍ୟା ଅଧିକ ହେଉଛି, ସେନେଇ ବିଏମ୍‌ସି ତର୍ଜମା କରୁଛି। ଏହି କ୍ରମରେ ସହରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ, ବ୍ୟବସାୟିକ ପ୍ରତିଷ୍ଠାନ, ଶପିଂ ମଲ୍‌ ଓ ଅନ୍ୟାନ୍ୟ ଅନୁଷ୍ଠାନ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ସ୍ଥାନରେ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନର ଅପବ୍ୟବହାର କଲେ ବା ପାର୍କିଂ ପରିବର୍ତ୍ତେ ଅନ୍ୟ କାର୍ଯ୍ୟରେ ଲଗାଇଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସହରର ଅଧିକାଂଶ ଆପାର୍ଟମେଣ୍ଟ ତଥା ବ୍ୟବସାୟିକ ପ୍ରତିଷ୍ଠାନର ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍‌ କିମ୍ବା ଏହାର ପରିସରରେ ଖାଲି ସ୍ଥାନକୁ ପାର୍କିଂ ପାଇଁ ବ୍ୟବହାର କରିବା ପାଇଁ ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ବିଲ୍ଡିିଂ ପ୍ଲାନିଂରେ ଦର୍ଶାଯାଇଛି। ହେଲେ ମାଲିକମାନେ ଏଥିରେ ଖିଲାପ କରୁଥିବା ବିଏମ୍‌ସିର ଦୃଷ୍ଟିଗୋଚର ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ସ୍ଥାନଗୁଡ଼ିକୁ କେହି ଷ୍ଟୋର ଭାବେ ବ୍ୟବହାର କରୁଥିବାବେଳେ ଅନ୍ୟ କେହି ଏଠାରେ ନିର୍ମାଣ କରି ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ ଏଠାକୁ ଆସୁଥବା ଗାଡ଼ି ରାସ୍ତାରେ ପାର୍କିଂ କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ତେଣୁ ଡିସେମ୍ବର ୧୯ ତାରିଖ ପୂର୍ବରୁ ଏହି ଖିଲାପକାରୀମାନେ ପାର୍କିଂ ସ୍ଥାନକୁ ଖାଲି କରି କେବଳ ପାର୍କିଂ ପାଇଁ ବ୍ୟବହାର କରିବାକୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ସୂଚନା ଥାଉକି, ବିଭିନ୍ନ ପ୍ରତିଷ୍ଠାନର ନିଜସ୍ବ ପାର୍କିଂ ଲଟ୍‌କୁ ବାଦ ଦେଲେ ସହରରେ ବିଏମ୍‌ସି ପକ୍ଷରୁ ପୂର୍ବରୁ ୪୨ ଟ୍ରାଫିକ୍‌ ଲଟ୍‌ କାର୍ଯ୍ୟକ୍ଷମ ରହିଛି। ନିକଟରେ ଦକ୍ଷିଣ-ପୂର୍ବ ଜୋନ୍‌ରେ ଆଉ ଏକ ପାର୍କିଂସ୍ଥଳୀ କାର୍ଯ୍ୟକ୍ଷମ ହୋଇଛି। ସେହିପରି ଅନ୍ୟ ୩୨ଟି ଟ୍ରାଫିକ୍‌ ଜୋନ୍‌ ଟେଣ୍ଡର ପ୍ରକ୍ରିୟା ସମାପନ ହେବା ପରେ ଅନ୍ୟ ୩୨ଟି ସ୍ଥାନରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ତେବେ ବର୍ତ୍ତମାନ ଏପରି ଅନ୍ୟ ୧୧ଟି ସ୍ଥାନରେ ପାର୍କିଂ ଲଟ୍‌ ରହିଥିବାବେଳେ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ତେବେ ସମସ୍ତ ପାର୍କିଂ ଲଟ୍‌ କାର୍ଯ୍ୟକ୍ଷମ ହେଲେ ମୋଟ ୮୬ଟି ସ୍ଥାନରେ ପାର୍କିଂ କରାଯାଇପାରିବ। ଏହାଦ୍ୱାରା ବିଏମ୍‌ସିର ଆୟ ମଧ୍ୟ ବଢ଼ିବ।