କଳିଙ୍ଗନଗର: ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍, କଳିଙ୍ଗନଗର ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ)ର ରକ୍ତ କେନ୍ଦ୍ର ସହ ମିଳିତ ସହଯୋଗରେ ଅସୋସିଏସନ୍ ଅଫ୍ ସର୍ଜନସ ଅଫ୍ ଇଣ୍ଡିଆ (ଏଏସଆଇ) ଓଡ଼ିଶା ଶାଖା ଦ୍ୱାରା ଶୁକ୍ରବାର ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ଏକ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
ଏହି ଶିବିରକୁ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ସିଇଓ ଡ. ସନ୍ତୋଷ କୁମାର ଉଦଘାଟନ କରିଥିଲେ ,ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସେବାରେ ବ୍ୟବହୃତ ହେବ।
ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍,ଏଏସଆଇ ଓଡ଼ିଶା ଶାଖା ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ରକ୍ତ କେନ୍ଦ୍ରକୁ ଏହି ଜୀବନରକ୍ଷାକାରୀ ପ୍ରୟାସରେ ସେମାନଙ୍କ ସହଯୋଗ ପାଇଁ ଏବଂ ସମସ୍ତ ରକ୍ତଦାତାଙ୍କୁ ସେମାନଙ୍କର ଅମୂଲ୍ୟ ଅବଦାନ ପାଇଁ ହୃଦୟପୂର୍ବକ କୃତଜ୍ଞତା ଜଣାଇଛି ।