BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରମାଦେବୀ ବିଶ୍ବବିଦ୍ୟାଳୟରେ ରକ୍ତଦାନ ଶିବିର

ଭୁବନେଶ୍ୱର : ମହିଳା ଶକ୍ତି ଓ ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ନେତ୍ରୀ ମାତୃଶକ୍ତି ମାତା ରମାଦେବୀଙ୍କ ୪୦ତମ ପୁଣ୍ୟତିଥି ପାଳନର ଅବ୍ୟବହିତ ପୂର୍ବରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସୋମବାର ବିଶ୍ୱବିଦ୍ୟାଳୟର ଏକାଡେମିକ୍ ବ୍ଲକ-୧ ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରଟି ବିଶ୍ୱବିଦ୍ୟାଳୟର ୟୁଥ୍ ରେଡ୍ କ୍ରସ୍ (ୱାଇଆରସି) ଏବଂ ରେଡ୍ କ୍ରସ୍ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।

ଉଦଘାଟନ ଉତ୍ସବରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ, କୁଳସଚିବ ମନସ୍ବିନୀ ସାହୁ, କାଉନସିଲର ଡ଼. ରେବତୀକାନ୍ତ ମହାରଣା, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପିକା ଶ୍ରୀମତୀ ନୀତି, ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ହେଲେନା ଯତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପିଜି କାଉନସିଲ ଅଧ୍ୟକ୍ଷ ଚଣ୍ଡି ଚରଣ ରଥ ଶିବିରରେ ଉପସ୍ଥିତ ରହି ବଦଳୁଥିବା ସମାଜରେ ଯୁବତୀମାନଙ୍କ ଉଦ୍ୟମ ଓ ନିଶ୍ଛଳତା ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିଥିଲେ।

ସେ କହିଥିଲେ, “ଏପରି ଉଦ୍ୟମ ସମାଜ ପାଇଁ ଏକ ଦିଗଦର୍ଶନ ଓ ପ୍ରେରଣା ସ୍ରୋତ ହେବ। ଏହା ଯୁବପୀଢ଼ିଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱ ବୋଧ ବୃଦ୍ଧି କରିଥାଏ। ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି ମହତ କାର୍ଯ୍ୟକ୍ରମ ମାତୃଶକ୍ତି ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରିଛି।

ବିଶ୍ୱବିଦ୍ୟାଳୟର କୁଳସଚିବ ମନସ୍ୱିନୀ ସାହୁ କହିଥିଲେ ଯେ, “ଏହି ପ୍ରୟାସ ତାଳମେଳ ଓ ସଂଘବଦ୍ଧ ଉଦ୍ୟମର ଫଳ। ଏହା ଦ୍ୱାରା ମାନବିକ ମୂଲ୍ୟ ବିକାଶ ପାଉଛି ଓ ଛାତ୍ରୀମାନେ ଏକ ଗଭୀର ଦାୟିତ୍ୱ ଅନୁଭବ କରୁଛନ୍ତି।

ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ବହୁ ସଂଖ୍ୟକ ଛାତ୍ରୀ ସ୍ୱଇଚ୍ଛାରେ ଯୋଗଦେଇ ରକ୍ତଦାନ କରି ଏକ ସାମାଜିକ ଦାୟିତ୍ୱ ନିଭାଇଥିଲେ। ସମସ୍ତଙ୍କ ସହଯୋଗ ଓ ସମର୍ପଣ ଦ୍ୱାରା ଏହି ଶିବିର ଏକ ଅନୁପମ ଦୃଷ୍ଟାନ୍ତ ରୂପେ ଦେଖାଦେଲା।