ଟାଟା ଷ୍ଟିଲ କଳିଙ୍ଗନଗର ଲୋକାର୍ପଣର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଣ୍ଟ ପରିସରରେ ରକ୍ତଦାନ ଶିବିର, ୨୮୬ ୟୁନିଟ୍ ରକ୍ତ ସଂଗ୍ରହ
ଟାଟା ଷ୍ଟିଲ କଳିଙ୍ଗନଗର ଲୋକାର୍ପଣର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଣ୍ଟ ପରିସରରେ ରକ୍ତଦାନ ଶିବିର, ୨୮୬ ୟୁନିଟ୍ ରକ୍ତ ସଂଗ୍ରହ
କଳିଙ୍ଗନଗର : ଟାଟା ଷ୍ଟିଲ କଳିଙ୍ଗନଗର ଲୋକାର୍ପଣର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଣ୍ଟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର, ରେଡକ୍ରସ ସୋସାଇଟି, ଯାଜପୁର ରୋଡ଼, ରେଡକ୍ରସ ସୋସାଇଟି, କଟକର ମିଳିତ ସହଯୋଗ ରେ ଆୟୋଜିତ ରକ୍ତଦାନ ଶିବିରରୁ ୨୮୬ ୟୁନିଟ୍ ରକ୍ତ ସଂଗ୍ରହ ହୋଯାଇଅଛି।
ଟାଟା ଷ୍ଟିଲ କଳିଙ୍ଗନଗର ଲୋକାର୍ପଣର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଣ୍ଟ ପରିସରରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର, ରେଡକ୍ରସ ସୋସାଇଟି, ଯାଜପୁର ରୋଡ଼, ରେଡକ୍ରସ ସୋସାଇଟି, କଟକ ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଟାଟା ଷ୍ଟିଲ୍ କଳିଙ୍ଗନଗର ଜେନେରାଲ ମ୍ୟାନେଜର ଅପରେସନସ୍ କରମବୀର ସିଂହ ଉଦଘାଟନ କରିଥିଲେ। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମଧ୍ୟରେ ଟାଟା ଷ୍ଟିଲର ଅନ୍ୟାନ୍ୟ କର୍ମଚାରୀ, ଭେଣ୍ଡର୍ ପାର୍ଟନର ସାମିଲ୍ ହୋଇଥିଲେ।
ଏହି ଶିବିରରେ ୨୮୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସେବାରେ ବ୍ୟବହୃତ ହେବ।
ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ରକ୍ତ କେନ୍ଦ୍ରକୁ ଏହି ଜୀବନରକ୍ଷାକାରୀ ପ୍ରୟାସରେ ସେମାନଙ୍କ ସହଯୋଗ ପାଇଁ ଏବଂ ସମସ୍ତ ରକ୍ତଦାତାଙ୍କୁ ସେମାନଙ୍କର ଅମୂଲ୍ୟ ଅବଦାନ ପାଇଁ ହୃଦୟପୂର୍ବକ କୃତଜ୍ଞତା ଜଣାଇଛି।