ଭୁବନେଶ୍ୱର : ଓଡିଆ ପକ୍ଷ ପାଳନ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବ ରେଡ୍ କ୍ରସ, ଏନସିସି ଓ ଏନ୍ଏସ୍ଏସର ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଭୁବନେଶ୍ବରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକ ଭାଗ ନେଇଥିଲେ।
ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ରାଜ୍ୟ ଯୁବ ରେଡ୍ କ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା , ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ପାତ୍ର ଏବଂ ରକ୍ତ ଭଣ୍ଡାର ଅଧିକାରୀ ଡ. ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ ଏବଂ କୁଳସଚିବ ଶ୍ଯାମଳୀ ମହାପାତ୍ର ଉପସ୍ଥିତ ରହି ଛାତ୍ରୀମାନଙ୍କୁ ରକ୍ତଦାନର ଉପାଦେୟତା ବିଷୟରେ ବୁଝାଇ ଥିଲେ ।
ଏହି ରକ୍ତ ଦାନ ଶିବିରକୁ ବିଶ୍ୱବିଦ୍ୟାଳୟର ଯୁବ ରେଡ୍ ଅଧିକାରୀ ହେଲିନା ଜତି, ପରାମର୍ଶଦାତା ଡ. ରେବତୀ କାନ୍ତ ମହାରଣା, ଏନ୍ଏସ୍ଏସ୍ ପ୍ରୋଗ୍ରାମ କୋଡିନେଟର ପ୍ରଫେସର ଅଲିଭା ମହାନ୍ତି, ପ୍ରୋଗ୍ରାମ ଅଧିକାରୀ ଡ. ଗୀତାଞଳୀ ନାୟକ, ବି.ଆର୍ ଆଭା ଆୟୁଶ୍ରୀ, ଏନସିସି ଅଧିକାରୀ ଡ. ନବନୀତ କୌର ଏବଂ ଡ. ସୁଶୀଲ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।