BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଏଲଓ ଏବଂ ସୁପରଭାଇଜର ସମୀକ୍ଷା ବୈଠକରେ ଭୋଟର ତାଲିକା ସଂଶୋଧନ ଉପରେ ଗୁରୁତ୍ୱ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମ (BMC) ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ଏକାମ୍ର ହଲରେ ଭୁବନେଶ୍ୱର ବିଧାନସଭା କ୍ଷେତ୍ରର -ଏକାମ୍ର, ଉତ୍ତର, ମଧ୍ୟ ଓ ଜଟଣୀ ବିଧାନସଭା କ୍ଷେତ୍ରର ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ.ଗୋପଲନ ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ନାମ ଯୋଡ଼ା, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ, ତଥ୍ୟ ସତ୍ୟାପନ ଓ ଘରେ-ଘରେ ଯାଞ୍ଚ କାର୍ଯ୍ୟ, ତ୍ରୁଟି ଶୂନ୍ୟ ଭୋଟର ଲିଷ୍ଟ ସମ୍ପର୍କରେ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ମାନଙ୍କୁ ଅବଗତ କରାଇଥିଲେ।

ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର କହିଥିଲେ ଯେ ଘର ଘର ବୁଲି ଭୋଟର ମାନଙ୍କ ତଥ୍ୟ ଯାଞ୍ଚ କରି ସ୍ୱତନ୍ତ୍ର ସଘନ ସଂଶୋଧନ ମ୍ୟାପିଂ ଶତ ପ୍ରତିଶତ କରିବା ଉପରେ ବିଏଲଓମାନେ ଗୁରୁତ୍ୱ ଦେବା ଦରକାର। ଏହାସହିତ ବିଏଲଓମାନେ ପ୍ରତିଦିନ ବୁଥ ସ୍ତରରୁ ସମୀକ୍ଷା କରି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଅଗ୍ରଗତି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ। ଯେଉଁ ବୁଥ ସ୍ତରରେ କମ ପ୍ରତିଶତ ମ୍ୟାପିଂ ହୋଇଛି ସେ ଅଞ୍ଚଳରେ କିପରି ଶତପ୍ରତିଶତ ହୋଇପାରିବ ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଏଲଓ ଓ ସୁପରଭାଇଜରମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏକ କ୍ୟାମ୍ପ କରି ଆଶା, କର୍ପୋରେଟରମାନଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନତା ସହ ସେମାନଙ୍କ ମ୍ୟାପିଂକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା କରିଥିଲେ।

ଏସଆଇଆର ସମ୍ଭନ୍ଧରେ ଅଧିକରୁ ଅଧିକ ଭୋଟର ମାନଙ୍କ ମଧ୍ୟରେ ସଚେତନତା ,ଇସିଆଇ ନେଟ ଆପ ଡାଉନଲୋଡ କରି ‘ବୁକ ଏ କଲ ଉଇଥ ବିଏଲଓ’ ମାଧ୍ୟମରେ ଭୋଟରମାନେ କିପରି ନିଜର ମ୍ୟାପିଂ ଓ ନିଜର ଭୋଟର ତାଲିକା ବିଷୟରେ ସନ୍ଦେହ ଦୂର କରିପାରିବେ ଏବଂ ସେ ସର୍ମ୍ପକରେ କିଭଳି ସଚେତନତାବୃଦ୍ଧି କରାଯିବ ତାହା ଉପରେ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଅଧିକାରୀମାନେ ବିଏଲଓମାନଙ୍କୁ ସତର୍କତା, ପାରଦର୍ଶିତା ଓ ନିଷ୍ପକ୍ଷତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନ କାର୍ଯ୍ୟରେ କୌଣସି ତ୍ରୁଟି ନ ହେବା ପାଇଁ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଜୋର ଦିଆଯାଇଥିଲା।

ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ,ଡେ଼ପୁଟି ସିଇଓ ଡ଼. ଲଷ୍ମୀ ପ୍ରସାଦ ସାହୁ ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।